ହ୍ବାଟ୍ସଆପ୍‌ରେ ଏହିପରି ବଦଳାନ୍ତୁ ନମ୍ବର, ଡିଲିଟ୍ ହେବନି ପୁରୁଣା ଚାଟ୍ ଓ ଡାଟା

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ ୨୯/୧୧ : ଏବେ ବିନା କୌଣସି ଦ୍ବିଧାରେ ଆପଣ ହ୍ବାଟସଆପ ନମ୍ବର ବଦଳାଇପାରିବେ । ଏହା ବହୁତ ସହଜ ପ୍ରକ୍ରିୟା ଏବଂ ସବୁଠାରୁ ବଡ କଥା ହେଉଛି ଏହା ଦ୍ବାରା ଆପଣଙ୍କର ପୁରୁଣା ଚାଟ ଡିଲିଟ ହେବ ନାହିଁ । ସାରା ବିଶ୍ବରେ କୋଟି କୋଟି ଲୋକ ହ୍ବାଟସଆପ୍ ବ୍ୟବହାର କରନ୍ତି । ଆପଣ ଆପଣଙ୍କ ମୋବାଇଲ ମାଧ୍ୟମରେ ହ୍ବାଟସଆପ୍ ଆକାଉଣ୍ଟ ଖୋଲିପାରିବେ । କିନ୍ତୁ ଅନେକ ଥର ଆପଣ ଫୋନ ବଦଳାଇ ଦିଅନ୍ତି ନଚେତ ନମ୍ବର ବଦଳାଇ ଦିଅନ୍ତି । ଏହା ଦ୍ବାରା ଆପଣ ପୁରୁଣା ହ୍ବାଟସଆପ୍ ଚାଟ କିମ୍ବା ମିଡିଆ ଫାଇଲ ଡିଲିଟ ହେବାର ଭୟ ରହିଥାଏ ।

ବର୍ତ୍ତମାନ ହ୍ବାଟସଆପର ନୂଆ ଫିଚର ଅନୂଯାୟୀ ବ୍ୟବହାରକାରୀ ଡାଟା ଏବଂ ପୁରୁଣା ଚାଟ୍ ନହରାଇ ନମ୍ବର ବଦଳାଇ ପାରିବେ । ମୋବାଇଲରେ ଏହାର ସେଟିଂ କରିବା ଅତ୍ୟନ୍ତ ସହଜ । ଯେଉଁଥିରେ ଆପଣ ମୋବାଇଲ ନମ୍ବର ସହଜରେ ବଦଳାଇ ପାରିବେ । ତେବେ ଜାଣନ୍ତୁ କିପରି ଏହାକୁ ସେଟିଂ କରିବେ ।

ସର୍ବପ୍ରଥମେ ଆପଣ ଆପଣଙ୍କ ମୋବାଇଲରେ ହ୍ବାଟସଆପ୍ ଆକାଉଣ୍ଟ ଖୋଲନ୍ତୁ । ଏହାପରେ ମୋବାଇଲ​‌ରେ ସେଟିଂ ଖୋଲନ୍ତୁ । ତଳେ ଦିଆଯାଇଥିବା ଆକାଉଣ୍ଟ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ନମ୍ବର ବଦଳାଇବା ପାଇଁ ଅପସନ ଆସିବ, ଏହା ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆପଣଙ୍କୁ ଦୁଇଟି ଅପସନ୍ ଦେଖାଯିବ । ଗୋଟିଏରେ ଆପଣଙ୍କ ପୁରୁଣା ଏବଂ ଅନ୍ୟଟିରେ ନୂଆ ନମ୍ବର ଦେବାକୁ ପଡିବ । ଏହା ପରେ ହ୍ବାଟସଆପ୍ ଆପଣଙ୍କ ନମ୍ବରକୁ ଭେରିଫାଏ କରିବା ସହିତ ଅପଡେଟ କରି ବଦଳାଇଦେବ । ତେବେ ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ, ହ୍ବାଟସଆପରେ ନମ୍ବର ବଦଳାଇବା ପାଇଁ ମାତ୍ର କେଇ ମିନିଟ ସମୟ ଲାଗିବ । ଏହା ଦ୍ବାରା ଆପଣଙ୍କ ପୁରୁଣା ଚାଟ୍ ଏବଂ ମିଡିଆ ଫାଇଲର ଡାଟା ଆପଣଙ୍କୁ ମିଳିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.