ରକେଟ୍‌ ‘ମହାରଥୀ’ରୁ...ଚନ୍ଦ୍ରଯାନ-୩ର ସଫଳତା ଯାଏଁ, କେମିତି ଥିଲା ଇସ୍ରୋ ମୁଖ୍ୟଙ୍କ ଯାତ୍ରା ?

Published By : Prameya-News7 Bureau | August 29, 2023 IST

ନୂଆଦିଲ୍ଲୀ ୨୯।୦୮: ଜହ୍ନ ରାଇଜରେ ପହଞ୍ଚିଛି ଭାରତ । ସାରା ବିଶ୍ବରେ ଭାରତର ଚନ୍ଦ୍ର ବିଜୟକୁ ନେଇ ଛୁଟୁଛି ପ୍ରଶଂସାର ସୁଅ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ହୋଇଛି ଭାରତ । ଏହି ମୁନ୍‌ ମିଶନ ପଛରେ ରହିଛି ଅନେକ ବୈଜ୍ଞାନିକଙ୍କର ଅବଦାନ ।

{"id":837494,"width":840,"height":490,"sizeSlug":"full","linkDestination":"none"}

କିନ୍ତୁ ଚନ୍ଦ୍ରଯାନ ସଫଳତା ପଛରେ ମୁଖ୍ୟ ନାୟକ ହେଉଛନ୍ତି ଇସ୍ରୋ ଚେୟାରମ୍ୟାନ୍‌ ଏସ୍‌ ସୋମନାଥ । ନିଜର ନିଷ୍ଠା ଏବଂ ପରିଶ୍ରମ ବଳରେ ସେ ଆଜି ଭାରତର ଅନ୍ତରୀକ୍ଷ କ୍ଷମତାର ଶିଖରରେ ପହଞ୍ଚି ପାରିଛନ୍ତି । ତେବେ କିଏ ଏହି ଏସ୍‌ ସୋମନାଥ ? ଏଷ୍ଟୋନୋମୀ ବହିରୁ ଅନ୍ତରୀକ୍ଷ ଯାଏଁ କେମିତି ରହିଥିଲା ତାଙ୍କ ଯାତ୍ରା ? ଆସନ୍ତୁ ଜାଣିବା…

{"id":837481,"width":839,"height":628,"sizeSlug":"full","linkDestination":"none"}

ଇସ୍ରୋ ଚେୟାରମ୍ୟାନ୍‌ ଏସ୍‌ ସୋମନାଥଙ୍କ ପୂରା ନାଁ ହେଉଛି ଶ୍ରୀଧର ପରିକର ସୋମନାଥ । ୧୯ ଜୁଲାଇ ୧୯୬୩ରେ କେରଳର ଆଲ୍ଲାପୁଞ୍ଜରେ ଜନ୍ମିତ ଏସ୍‌ ସୋମନାଥ । ତାଙ୍କ ପିତା ଜଣେ ହିନ୍ଦୀ ଶିକ୍ଷକ ଥିଲେ । ସୋମନାଥଙ୍କୁ ପ୍ରାରମ୍ଭିକ ଶିକ୍ଷା ମାଲାୟଲମ୍‌ ଭାଷାରେ ରହିଥିଲା । ସ୍ପେସ୍‌ ପ୍ରତି ତାଙ୍କର ରୁଚି ପିଲାଦିନରୁ ହିଁ ରହିଥିଲା ।

{"id":837482,"sizeSlug":"full","linkDestination":"none"}

ସେ ସବୁବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରା ବିଷୟରେ କଳ୍ପନା କରୁଥିଲେ । ଏମିତିକି ସେମାନଙ୍କ ବିଷୟରେ ଜାଣିବା ପାଇଁ ଅନେକ ବହି ମଧ୍ୟ ପଢୁଥିଲେ । ସୋମନାଥଙ୍କର ଏପରି ରୁଚି ଦେଖି ପିତା ମଧ୍ୟ ଏଷ୍ଟୋନମି ଏବଂ ଇଂଲିସ୍ ବହି ଆସି ଦେଇଥିଲେ । କିନ୍ତୁ ସୋମନାଥଙ୍କୁ ପଢି ଆସୁନଥିଲା ଇଂଲିସ୍‌ । କାରଣ ସେ ମାଲାୟଲମ୍‌ରେ ପାଠ ପଢିଥିଲେ ।

{"id":837483,"width":841,"height":630,"sizeSlug":"full","linkDestination":"none"}

ସୋମନାଥ ସ୍କୁଲ୍‌ ଶେଷ କରିବା ପରେ କେରଳ ୟୁନିଭରସିଟିରେ ମେକାନିକଲ୍‌ ଇଞ୍ଜିନିୟରିଙ୍ଗ୍‌ରେ ପାଠ ପଢିଥିଲେ । ଏହାପରେ ସେ ବାଙ୍ଗୋଲୁରୁରେ ଭାରତୀୟ ବିଜ୍ଞାନ ସଂସ୍ଥାନରୁ ଏରୋସ୍ପେସ୍‌ ଇଞ୍ଜିନୟରିଙ୍ଗ୍‌ରେ ମାଷ୍ଟରଡିଗ୍ରୀ ହାସଲ କରିଥିଲେ । ସେ ୧୯୮୫ ମସିହାରେ ବିକ୍ରମ ସାରା ଭାଇ ସ୍ପେସ୍‌ ସେଣ୍ଟରରେ ଜଏନ୍‌ କରିଥିଲେ । ଏଥିରେ ସେ ଅନେକ ବଡ ବଡ ପ୍ରୋଜେକ୍ଟରେ କାମ କରିଛନ୍ତି । ଯାହା ଇସ୍ରୋ ମୁଖ୍ୟ ସ୍ଥାନରେ ପହଞ୍ଚିବାକୁ ବାଟ କଢାଇଛି । ସେ ୪ ଜାନୁଆରୀ ୨୦୨୨ରେ ଇସ୍ରୋର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିଲେ ।

{"id":837484,"sizeSlug":"large","linkDestination":"none"}

ଏସ୍‌ ସୋମନାଥ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଏହାବ୍ୟତୀତ ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ GSLV-Mark-III ର ପ୍ରୋଜେକ୍ଟ ନିର୍ଦ୍ଦେଶକ ଏବଂ PSLVର ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି  । ଦେଶର ପ୍ରାୟ ୧୧ଟି ସଫଳ ପ୍ରୋଜେକ୍ଟରେ ତାଙ୍କର ବଡ ଯୋଗଦାନ ରହିଛି ।

{"id":837485,"width":840,"height":1120,"sizeSlug":"large","linkDestination":"none"}

ସେ ୨୨ ଜାନୁୟାରୀ ୨୦୧୮ରୁ ବିକ୍ରମ ସାରବାଇ ସ୍ପେସ୍ ସେଣ୍ଟର (VSSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରକେଟ୍ ଷ୍ଟ୍ରକଚରାଲ୍ ସିଷ୍ଟମ୍, ମେକାନିଜିମ୍, ପାଇରୋ ସିଷ୍ଟମରେ ସେ ପାରଦର୍ଶୀତା ହାସଲ କରିଛନ୍ତି ।  ମିଶନ୍ ମଙ୍ଗଳ, ମିଶନ୍ ମୁନ୍‌ ଏବଂ ମିଶନ୍ ଆଦିତ୍ୟ L1 ରେ ମଧ୍ୟ ତାଙ୍କର ଅବଦାନ ରହିଛି ।

You Can Read:

wp:embed {"providerNameSlug":"wordpress"} /

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.