ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚନ୍ଦ୍ରରେ କଳଙ୍କ କାହିଁକି ? ଚନ୍ଦ୍ରଯାନ-୨ ରହସ୍ୟ କଲା ଉଦଘାଟନ

23/10/2019 at 6:47 PM

ବେଙ୍ଗାଲୁରୁ: ଚନ୍ଦ୍ରରେ ଦେଖାଯାଉଥିବା କଳାଦାଗର ରହସ୍ୟ ଉଦଘାଟିତ ହୋଇଛି। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ) ପ୍ରେରଣ କରିଥିବା ଚନ୍ଦ୍ରଯାନ-୨ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଚନ୍ଦ୍ର ଆକାଶକୁ ଏବେ ପ୍ରଦୀକ୍ଷଣ କରୁଥିବା ଏହି ଯାନର ଡୁଆଲ ସ୍ପିଡ୍ ସିନ୍ଥେଟିକ୍ ଆପାରେଚର ରାଡାର (ଏସଏଆର)ରୁ କିଛି  ଫଟୋ ଚିତ୍ର ମିଳିଛି। ଯାହାକୁ ଇସ୍ରୋ ବିଶ୍ଲେଷଣ କରିବା ପରେ ଚନ୍ଦ୍ରମାରେ କଳଙ୍କର ରହସ୍ୟ ଉଦଘାଟନ କରିଛନ୍ତି। 

ଏସଏଆର ଫଟୋ ଚିତ୍ରରେ ଚନ୍ଦ୍ର ତାର ଉତ୍ପତିକାଳରୁ ଉଲକା ପିଣ୍ଡ, କ୍ଷୁଦ୍ର ଗ୍ରହ ଓ ଧୂମକେତୁ ଆଦିଙ୍କ ଦ୍ୱାରା ଲଗାତର ପ୍ରଭାବିତ ହୋଇଥିବାର ପ୍ରମାଣ ମିଳିଛି। ଏଥିଯୋଗୁ ଚନ୍ଦ୍ରପୃଷ୍ଠରେ ବଡବଡ ଅସଂଖ୍ୟ ଗାଡ ସୃଷ୍ଟି ହୋଇଥିବା ବେଳେ ଏଗୁଡିକର ଆକାର  ମହାକାଶୀୟ ପିଣ୍ଡଙ୍କ ଭିଷଣ ତାଣ୍ଡବ  ପ୍ରମାଣିତ କରିଛି। ଏଥିଯୋଗୁ ହୋଇଥିବା ବିସ୍ଫୋରଣ କେତେ ଶକ୍ତିଶାଳୀ ତାହା ଚନ୍ଦ୍ର ପୃଷ୍ଟରେ ହୋଇଥିବା ଗାଡଗୁଡିକର ଗଭିରତାରୁ ସହଜରେ ଅନୁମାନ କରାଯାଇପାରେ।

ଚନ୍ଦ୍ରଯାନ-୨ରୁ ମିଳୁଥିବା ସୂଚନା ବିଶ୍ଲେଷଣରୁ ଚନ୍ଦ୍ର ପୃଷ୍ଠର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତାହା ହେଉଛି  ଆଗ୍ନେୟଗିରି। ଚନ୍ଦ୍ରପୃଷ୍ଠରେ ଅନେକ ଛୋଟ, ବଡ ଜୀବନ୍ତ ଆଗ୍ନେୟଗିରି ଥିବାର ପ୍ରଥମଥର ଜଣାପଡିଛି। ସେଥିରେ ହେଉଥିବା ଆଭ୍ୟନ୍ତରିଣ ପରିବର୍ତ୍ତନ ଏବଂ ନିର୍ଗତ ହେଉଥିବା  ଲାଭା ଓ ପାଉଁଶ ବିସ୍ତୃତ ଅଞ୍ଚଳକୁ ବ୍ୟାପୀ କଳାକଳା ଛାଇ ଭଳି ପୃଥିବୀରୁ ଦୃଶ୍ୟମାନ ହେଉଛି।  

କେବଳ ସେତିକି ନୁହେଁ ଚନ୍ଦ୍ରଯାନ-୨ର ଏସଏଆର ଚନ୍ଦ୍ରପୃଷ୍ଠରେ ଥିବା ଆଗ୍ନେୟଗିରିମାନଙ୍କ ପ୍ରକୃତି, ଆକାର, ବିତରଣ ସାଙ୍ଗକୁ ଚନ୍ଦ୍ର ସୃଷ୍ଟିରେ ଥିବା ତତ୍ୱମାନଙ୍କର ଭୂମିକା ମଧ୍ୟ ଅଧ୍ୟୟନ କରୁଛି। ଚନ୍ଦ୍ରଯାନ-୨ର ଉନ୍ନତ କ୍ୟାମେରା ଗର୍ତ୍ତମାନଙ୍କ ଭୌତିକ ସଂରଚନାର ଫଟୋ ନେବାରେ ସକ୍ଷମ ହୋଇଥିବା ବେଳେ ଏସଏଆର ରାଡାରର ରିମୋଟ ସେନସିଂ ଉପକରଣ ଚନ୍ଦ୍ରଙ୍କ ଆଭ୍ୟନ୍ତରିଣ ସଂରଚନାର ଯାଞ୍ଚ କରୁଛି।

ତେବେ ପୂର୍ବରୁ ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ-୧ ମଧ୍ୟ  ଚନ୍ଦ୍ର ପୃଷ୍ଠରେ ଥିବା ଗର୍ତ୍ତ ସମ୍ପର୍କରେ ସୂଚନା ଦେଇଥିଲା। ହେଲେ ସେଥିରୁ ମିଳିଥିବା ସୂଚନା ଏତେ ବ୍ୟାପକ ନଥିଲା। ତେବେ ଚନ୍ଦ୍ରଯାନ-୨ ଉଲକା, ଧୂମକେତୁ ଓ ମହାକାଶ ପିଣ୍ଡ ଯୋଗୁ ଚନ୍ଦ୍ରରେ ପଡିଥିବା ପ୍ରଭାବର ବିସ୍ତୃତ ବିବରଣୀ ପ୍ରଦାନ କରୁଛି। ଏହାଛଡା ନୂଆ ଯନ୍ଦ୍ରଯାନରେ ଥିବା ‘ଏସ’ ଓ  ‘ଏଲ’ ବ୍ୟାଣ୍ଡ କ୍ୟାମେରା ଏବେ ଚନ୍ଦ୍ରଙ୍କ ଧ୍ରିବ ଅଞ୍ଚଳର ଛବି ପ୍ରେରଣ କରିବ। ଏଥିରୁ ଚନ୍ଦ୍ରରେ ବରଫ ଓ ପାଣିର ପୂର୍ଣ୍ଣ ଚିତ୍ର ମିଳିପାରିବ ବୋଲି ଇସ୍ରୋ କହିଛନ୍ତି।

ତେବେ ‘ଏଲ’ ବ୍ୟାଣ୍ଡ କ୍ୟାମେରାରୁ ଚନ୍ଦ୍ରଙ୍କ ଦକ୍ଷିଣ ଧ୍ରୁବର କିଛି ଛବି ମିଳିଛି। ସେଥିରେ ଚନ୍ଦ୍ରପୃଷ୍ଠରେ ହୋଇଥିବା ଉଲକାପାତ, ମହାକାଶୀୟ ପିଣ୍ଡ ପଡିବା ଯୋଗୁ ବିସ୍ଫୋରଣ ସ୍ଥଳ ଗୁଡିକୁ ଲାଲ ରଙ୍ଗରେ ଚିହ୍ନିତ କରାଯାଇଛି। ସେହିପରି ଚନ୍ଦ୍ରରେ ହୋଇଥିବା ଉଲକା ବର୍ଷା ଅଞ୍ଚଳକୁ ନିଳ ରଙ୍ଗରେ ଚିହ୍ନିତ କରାଯାଇଛି। ତେବେ ଚନ୍ଦ୍ରରେ ହୋଇଥିବା ବ୍ୟାପକ ମହାକାଶୀୟ ପ୍ରଭାବକୁ ସବୁଜ ରଙ୍ଗରେ ସଙ୍କେତ କରିଛନ୍ତି ଇସ୍ରୋ।

   Related Posts