ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ୪୨ ଦିନ କାହିଁକି ଲାଗିବ ? ଅନ୍ୟ ଦେଶ ସପ୍ତାହ ଭିତରେ ପହଞ୍ଚିଥିଲେ, ଜାଣନ୍ତୁ ISROର ଯୋଜନା

Published By : Prameya-News7 Bureau | July 16, 2023 IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ନିଜ ଯାତ୍ରାରେ ଆଗକୁ ବଢି ଚାଲିଛି । ଚନ୍ଦ୍ରଯାନ-୩ର ପ୍ରଥମ ଅର୍ବିଟ-ରେଜିଂ ମେନୁଭର ସଫଳତା ସହ ପୂରଣ କରିଛି । ଇସ୍ରୋ ଅନୁସାରେ, ରବିବାର ଅପରାହ୍ଣ ସୁଦ୍ଧା ଚନ୍ଦ୍ରଯାନ ୪୧୭୬୨ km x ୧୭୩ km ଅର୍ବିଟରେ ପହଞ୍ଚି ସାରିଛି । ସଂସ୍ଥା ଅନୁସାରେ ଚନ୍ଦ୍ରଯାନ-୩ର ସମସ୍ତ ଉପକରଣ ସଠିକ ଭାବେ କାର୍ଯ୍ୟ କରୁଛି । ବୈଜ୍ଞାନିକଙ୍କ ଅନୁସାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ୪୨ ଦିନର ସମୟ ଲାଗିବ । ଇସ୍ରୋ ମୁଖ୍ୟ ଏସ.ସୋମନାଥଙ୍କ ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ସଂଧ୍ୟା ୫.୪୭ ମିନିଟରେ ଚନ୍ଦ୍ରରେ ଅବତରଣ କରିବ । ତେବେ ଚନ୍ଦ୍ରଯାନକୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ଏତେ ସମୟ କାହିଁକି ଲାଗିବ ? ରୁଷ, ଚୀନ ଏବଂ ଆମେରିକା ଏହାଠାରୁ ବହୁ କମ ସମୟରେ ନିଜ ସ୍ପେସକ୍ରାଫ୍ଟକୁ ଚନ୍ଦ୍ରରେ ଓହ୍ଲାଇଥିଲେ । ଚନ୍ଦ୍ରପୃଷ୍ଠକୁ ମଣିଷ ନେଇ ଯାଇଥିବା ଆପୋଲୋ ୧୧ କେବଳ ୫ ଦିନ ଭିତରେ ହିଁ ଚନ୍ଦ୍ରରେ ପହଞ୍ଚିଥିଲା । ତେବେ ଚନ୍ଦ୍ରଯାନ-୩କୁ କାହିଁକି ଏତେ ସମୟ ଲାଗିବ ?

ପଢନ୍ତୁ: ଚନ୍ଦ୍ର ଅଭିମୁଖେ ଅଗ୍ରସର ଚନ୍ଦ୍ରଯାନ-୩, ପୃଥିବୀର ପ୍ରଥମ କକ୍ଷକୁ କଲା ଅତିକ୍ରମ

ଇସ୍ରୋ ପାଖରେ ଏତେ ଶକ୍ତିଶାଳୀ ରକେଟ୍ ନାହି ଯିଏ ଚନ୍ଦ୍ରଯାନ-୩କୁ ସିଧା ଚନ୍ଦ୍ର ରାସ୍ତାରେ ପଠାଇ ପାରିବ । ଆପୋଲୋ ମିଶନ୍ସରେ ଟ୍ରାନ୍ସଲୁନାର ଇଜେକ୍ସନ ନାଁର ଟ୍ରେଜିକ୍ଟରିକୁ ବ୍ୟବହାର କରାଯାଇଥିଲା । ଅର୍ଥାତ୍ ଲଞ୍ଚ ଭେଇକଲ ପ୍ରଥମେ ଆପୋଲୋ ସ୍ପେସକ୍ରାଫ୍ଟକୁ ପୃଥିବୀ କକ୍ଷାରେ ପହଞ୍ଚାଇଥିଲା । ପୁଣି ସେଠାରୁ ଏକ ଶକ୍ତିଶାଳୀ ଇଞ୍ଜିନ ସ୍ପେସକ୍ରାଫ୍ଟକୁ ଚନ୍ଦ୍ର ରାସ୍ତାରେ ପଠାଇଥିଲା । ଏଥିପାଇଁ ଛଅ ମିନିଟ ଯାଏ ରକେଟକୁ ଜଳାଇ ରଖାଯାଇଥିଲା ଯାହା ଆପୋଲୋ 11ରୁ ଅଧିକ ଗତିରେ ପଠାଇଥିଲା ।

{"id":817942,"sizeSlug":"full","linkDestination":"none"}

ଚନ୍ଦ୍ରଯାନ-୩ ଅନ୍ୟ ରାସ୍ତାରେ ଚନ୍ଦ୍ର ଅଭିମୁଖେ ଯାଉଛି । ଏଥିରେ ପୃଥିବୀର ଭିନ୍ନ ଭିନ୍ନ କକ୍ଷ ଏବଂ ଇଞ୍ଜିନ ବର୍ନ୍ସର ବ୍ୟବହାର କରି ଚନ୍ଦ୍ରଯାନ-୩ର ଗତିକୁ ବଢାଯିବ । ଚନ୍ଦ୍ରଯାନ-୩ ପୃଥିବୀର କକ୍ଷରେ ପହଞ୍ଚି ସାରିଛି । ଇସ୍ରୋ ଚନ୍ଦ୍ରଯାନ ଏବଂ ମଙ୍ଗଳଯାନ ମିଶନ ପାଇଁ ମଧ୍ୟ ଏହି ମଲ୍ଟି-ଷ୍ଟେପ୍ ଆପ୍ରୋଚକୁ ଆପଣାଇଥିଲା । ଏଥିରେ ସମୟ ଲାଗିଥାଏ, କିନ୍ତୁ କମ ଶକ୍ତିଶାଳୀ ଲଞ୍ଚ ଭେଇକଲ ଜରିଆରେ ଏହାକୁ ପଠାଯାଇ ପାରିବ । ମିଶନକୁ ସଫଳ କରାଇବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ପୃଥିବୀ ଏବଂ ଚନ୍ଦ୍ରର ଗୁରୁତ୍ୱକର୍ଷଣ ବଳକୁ ବ୍ୟବହାର କରିବେ । ଚନ୍ଦ୍ରଯାନ-୩ ଏକ ଦୀର୍ଘବୃତ୍ତାକାର ରାସ୍ତାରେ ଆଗକୁ ବଢୁଛି ।

Also Read: ସ୍ୱପ୍ନ ସତ ହେବା ପରି ଥିଲା…ଉଡାଣ ଭରୁଥିଲା ଚନ୍ଦ୍ରଯାନ-୩, ସେପଟେ ବିମାନରେ ବସିଥିବା ଯାତ୍ରୀ ମଝି ଆକାଶରୁ କଲେ ଭିଡିଓ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.