ମଧ୍ୟରାତିରେ କକ୍ଷ ପରିବର୍ତ୍ତନ, ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ୨୩ରେ ଲ୍ୟାଣ୍ଡିଂ

Published By : Prameya-News7 Bureau | August 01, 2023 IST

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ସଫଳତାର ସହ ଆଉ ପାଦେ ଆଗକୁ ବଢ଼ିଛି । ସୋମବାର ମଧ୍ୟରାତ୍ରୀରେ ପୃଥିବୀର କକ୍ଷପଥ ଛାଡି ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାତ୍ରା-୩ । ଇସ୍ରୋ ବୈଜ୍ଞାନିକମାନେ ସ୍ଲିଂସଟ୍ ମାଧ୍ୟମରେ ଏହାକୁ ଚନ୍ଦ୍ର କକ୍ଷପଥ ଆଡେ ମୁହାଁଇ ଦେଇଛନ୍ତି । ରାତି ୧୨ଟା ୧୫ମିନିଟରେ ସ୍ଲିଂସଟ୍ କରାଯାଇଥିଲା । ଏହା ସଫଳ ହୋଇଥିବା ନେଇ ୧୨ଟା ୪୦ରେ ସୂଚନା ଦେଇଥିଲା ଇସ୍ରୋ । ଯାହାକୁ ଟ୍ରାନସଲୁନାର୍ ଇଞ୍ଜେକସନ୍ ପ୍ରକ୍ରିୟା କୁହାଯାଉଛି ।

wp:embed {"url":"https://www.prameyanews7.com/chandrayaan-3-made-another-leap-towards-the-moon-entering-the-fifth-orbit/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandrayaan-3-made-another-leap-towards-the-moon-entering-the-fifth-orbit/
/wp:embed

ପୃଥିବୀଠାରୁ ଚନ୍ଦ୍ରଯାନ ୨୩୬ କିଲୋମିଟର ଦୂରରେ ଥିବା ଏହି ପ୍ରକ୍ରିୟା ମାଧ୍ୟମରେ ଚନ୍ଦ୍ରକକ୍ଷକୁ ମୁହାଁଇ ଦିଆଯାଇଥିଲା । ଚନ୍ଦ୍ରଯାନର ଗତି ପୃଥିବୀର ଏସକେପ୍ ଭେଲୋସିଟିଠାରୁ ଘଣ୍ଟାପ୍ରତି ୪୦ହଜାର ୨୭୦ କିଲୋମିଟରୁ ଅଧିକ ରହିଥିଲା । ଏହା ଏବେ ୫ଦିନ ଯାତ୍ରା କରିବା ପରେ ଅଗଷ୍ଟ ୫ତାରିଖରେ ଚନ୍ଦ୍ର କକ୍ଷପଥରେ ପହଞ୍ଚିବ । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଏହା ଚନ୍ଦ୍ର କକ୍ଷପଥରେ ଘୂର୍ଣ୍ଣନ କରିବା ପରେ ଅଗଷ୍ଟ ୧୭ରେ ଚନ୍ଦ୍ର ଠାରୁ ୧୦୦କିଲୋମିଟର ଦୂରରେ ଥିବା ସମୟରେ ପ୍ରୋପଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବ ଲ୍ୟାଣ୍ଡର। ଏହି ଯାତ୍ରା ସଫଳ ହେଲେ ଚନ୍ଦ୍ର ଅଭିଯାନରେ ଭାରତ ଚତୁର୍ଥ ଦେଶ ହେବ ।

ଅଗଷ୍ଟ ୨୩ ତାରିଖ ଅପରାହ୍ନ ୫ଟା ୪୭ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ । ଏହା ପରେ ଲ୍ୟାଣ୍ଡରରୁ ରୋଭର ବାହାରିବ ଏବଂ ସେଠାରେ ୧୪ ଦିନ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା କରିବ । ରୋଭରରେ ଥିବା ଏଲ୍‌ଆଇବିଏସ୍‌ (ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ) ଚନ୍ଦ୍ରର ମାଟି ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ । ସେହିଭଳି ସେଥିରେ ଥିବା ଏପିଏକ୍ସଏସ୍‌ (ଆଲଫା ପାର୍ଟିକଲ ଏକ୍ସରେ ସ୍ପେକ୍ଟ୍ରୋମିଟର) ଚନ୍ଦ୍ରରେ କେମିକାଲ ଓ ମିନେରାଲର ଅନୁସନ୍ଧାନ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.