ନୂଆଦିଲ୍ଲୀ: ଇସ୍ରୋ ନିଜ ମୁନ୍ ମିଶନ ଚନ୍ଦ୍ରଯାନ-୩ ଜରିଆରେ ଇତିହାସ ରଚିବାକୁ ଯାଉଛି । ଶୁକ୍ରବାର ଚନ୍ଦ୍ରଯାନ-୩ ଶ୍ରୀହରିକୋଟ୍ଟାର ସତିଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ର ଅଭିମୁଖେ ଉଡାଣ ଭରିଛି । ଚନ୍ଦ୍ରଯାନର ପ୍ରଥମ ଏବଂ ଦ୍ୱିତୀୟ ମିଶନ ପରେ ଏହା ତୃତୀୟ ମୁନ୍ ମିଶନ । ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ । ତେବେ ଚନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରଥମ ପ୍ରୟାସ ୬୦ ବର୍ଷ ପୂର୍ବେ, ରୁଷର ମୁନ୍ ମିଶନ ଲୁନା-୧ ଜରିଆରେ ହୋଇଥିଲା ।
ଆମେରିକାର ନାସା, ରୁଷର ଲୁନା ଏବଂ ଚୀନର ଚାଙ୍ଗ-ଇ ତୁଳନାରେ ଭାରତ ନୂଆ ଇତିହାସ ରଚିପାରେ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶ ହୋଇପାରେ ।
ପଢନ୍ତୁ: ଆରମ୍ଭ ହେଲା ନୂଆ ଅଧ୍ୟାୟ ; ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩, ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ
ରୁଷ
ରୁଷର ପ୍ରଥମ ମୁନ୍ ମିଶନ ଲୁନାରୁ ଆରମ୍ଭ କରିଥିଲା । ୧୯୫୯ ଜାନୁଆରୀ ୩ରେ ସୋଭିଏତ ସଂଘ (ରୁଷ) ଲୁନା-୧ ମହାକାଶଯାନରେ ଏହାର ଆରମ୍ଭ କରିଥିଲା । ଏହା ଚନ୍ଦ୍ର ନିକଟରେ ପହଞ୍ଚିବାରେ ପ୍ରଥମ ବିମାନ ଥିଲା । କିନ୍ତୁ ବଡ଼ ସଫଳତା ଦ୍ୱିତୀୟ ଥର ଲୁନା-୨ ମିଶନରେ ମିଳିଥିଲା । ପ୍ରଥମ ଥର ଚନ୍ଦ୍ରର କକ୍ଷରେ ରୁଷର ପ୍ରଥମ କୃତିମ ଉପଗ୍ରହ ପହଞ୍ଚାଇଥିଲା । ଏହି ଉପଗ୍ରହ ଚନ୍ଦ୍ରପୃଷ୍ଠର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଇବା ସହ ଏଠାରେ କୌଣସି ଚୁମ୍ୱକୀୟ କ୍ଷେତ୍ର ନଥିବା ସୂଚନା ଦେଇଥିଲା । ଏହାପରେ ରୁଷ ଲୁନା-୩ ଲଞ୍ଚ କରିଥିଲା, ଏହି ମିଶନ ଜରିଆରେ ଚନ୍ଦ୍ରରେ ବଡ଼ ବଡ଼ ଗର୍ତ୍ତ ଥିବା ଜଣାପଡ଼ିଥିଲା । ଏବେ ରୁଷ ନିଜର ମୁନ ମିଶନ ଲୁନା ୨୫ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି ।
ଆମେରିକା
ନାସା ନିଜ ମୁନ୍ ମିଶନ ସର୍ଭେୟର ପ୍ରୋଗ୍ରାମରୁ ଆରମ୍ଭ କରିଥିଲା । ୧୯୬୬-୬୮ ମଧ୍ୟରେ ଏହି ପ୍ରୋଗ୍ରାମ ଚଲାଯାଇଥିଲା । ଏହି ପ୍ରୋଗାମ୍ ଜରିଆରେ ୭ଟି ମାନବବିହୀନ ବିମାନକୁ ପଠାଯାଇଥିଲା । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ ପରେ ସେଠାର ମାଟିର ନମୂନା ଆଣିଥିଲା । ଏହାପରେ ଆମେରିକା ନିଜ ଆପୋଲୋ ମିଶନ ଜରିଆରେ ପ୍ରଥମ ଥର ପାଇଁ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଓହ୍ଲାଇଥିଲା ।
{"id":816959,"width":839,"height":629,"sizeSlug":"full","linkDestination":"none"}
୧୯୬୯ରେ ଲଞ୍ଚ ହୋଇଥିବା ଆପୋଲୋ ୧୧ ଜରିଆରେ ପ୍ରଥମ ପାଇଁ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ । ଏହାପରେ ଆପୋଲୋ ୧୩,୧୪,୧୫ ଏବଂ ୧୭କୁ ଲଞ୍ଚ କରାଯାଇଥିଲା । ଏହା ଜରିଆରେ ଚନ୍ଦ୍ରରୁ ଅନେକ ତଥ୍ୟ ସଂଗ୍ରହ କରାଯାଇଛି । ଏବେ ନାସା ୨୦୨୫ରେ ଲଞ୍ଚ କରିବାକୁ ଥିବା ନିଜ ମୁନ ମିଶନ ଆର୍ଟେମିସ ଉପରେ ଫୋକସ ଦେଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚନ୍ଦ୍ରଯାନ-୩ ମିଶନର ଲାଭ ନାସାର ଆର୍ଟେମିସ ମିଶନକୁ ହେବ । ହ୍ୱାଇଟ୍ ହାଉସର ଦାବି ଚନ୍ଦ୍ରଯାନ-୩ର ଡାଟା ଭବିଷ୍ୟତରେ ଆର୍ଟେମିସ ମିଶନରେ ହେବାକୁ ଥିବା ହ୍ୟୁମନ ଲ୍ୟାଣ୍ଡିଂ ପାଇଁ ବେଶ ଉପଯୋଗୀ ହେବ । ଭାରତ ଆର୍ଟେମିସ ବୁଝାମଣା ଉପରେ ହସ୍ତାକ୍ଷର କରିଛି । ଏହା ଜରିଆରେ ଭାରତୀୟ ମୁନ ମିଶନର ସହ ଜଡ଼ିତ ସୂଚନା ଆମେରିକା ମିଶନରେ କାମରେ ଆସିବ ।
ଚୀନ
ଚୀନର ନିଜର ମୁନ ମିଶନ ଚାଙ୍ଗ-ଇ ୪କୁ ୨୦୧୯ରେ ଲଞ୍ଚ କରାଯାଇଥିଲା । ଏହି ମିଶନ ସଫଳ ରହିଥିଲା । ମିଶନ ଜରିଆରେ ଚନ୍ଦ୍ରର ଗଠନ ଉପରେ ସୂଚନା ହାସଲ କରାଯାଇଥିଲା । ଏହାପରେ ୨୦୨୦ ନଭେମ୍ୱର ୨୩ରୁ ଡିସେମ୍ୱର ଯାଏ ଚାଙ୍ଗ ଇ-୫ ମିଶନ ଲଞ୍ଚ କରାଯାଇଥିଲା । ଗତ ୪୦ ବର୍ଷରେ ପ୍ରଥମ ଥର ପାଇଁ କୌଣସି ଦେଶ ଚନ୍ଦ୍ରପୃଷ୍ଠରେ ଖନନ କରି ନମୂନା ନେଇ ଫେରିଥିଲା ।
ଭାରତର ଚନ୍ଦ୍ରଯାନ-3
ଇସ୍ରୋ ଶୁକ୍ରବାର ଚନ୍ଦ୍ରଯାନ-୩କୁ ଲଞ୍ଚ କରିଛି । କିନ୍ତୁ ଚନ୍ଦ୍ର ପାଇଁ ପ୍ରଥମ ଅଭିଯାନ ୨୦୦୮ ଅକ୍ଟୋବରରେ ହୋଇଥିଲା । ଚନ୍ଦ୍ରଯାନ-୧ ସମୟରେ ବିମାନ ଚନ୍ଦ୍ରର ଚାରିପଟେ ୩୪୦୦ରୁ ଅଧିକ ଥର ଘୂରି ଚକିତ କରିବା ସହ ଚନ୍ଦ୍ରରେ ପାଣି ଅଛି, ଏହାର ସଂକେତ ଦେଇଥିଲା । ୨୦୧୯ ଜୁଲାଇ ୨୨ରେ ଇସ୍ରୋର ଚନ୍ଦ୍ରଯାନ-୨ ଉଡାଣ ଭରିଥିଲା । ଭାରତ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାରେ ଦୁନିଆରେ ଚତୁର୍ଥ ଦେଶ ହେବାର କୀର୍ତ୍ତିମାନ ହାସଲ କରିଥାନ୍ତି । କିନ୍ତୁ ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ ମିଶିନ ଫେଲ୍ ହୋଇଥିଲା । ଲ୍ୟାଣ୍ଡିଂ ହୋଇପାରି ନଥିଲା । ଏବେ ପୁଣି ଥରେ ଇସ୍ରୋ ଚନ୍ଦ୍ରଯାନ-୩ ଜରିଆରେ ଇତିହାସ ରଚିବାକୁ ଯାଉଛି । ଚନ୍ଦ୍ରଯାନ-୩କୁ ଲ୍ୟାଣ୍ଡିଂ ପ୍ରୋସେସ୍ ଶେଷ କରିବା ପାଇଁ ୪୨ ଦିନର ସମୟ ଲାଗିପାରେ ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରେ । ଏହାପରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଥିବା ଖଣିଜର ସୂଚନା ହାସଲ କରିବା ସହ ସେଠାରେ ହେଉଥିବା ଭୂକମ୍ପ, ଥର୍ମାଲ ପ୍ରୋପର୍ଟି, ପ୍ଲାଜାମା ସହ ଚନ୍ଦ୍ରଠାରୁ ପୃଥିବୀର ସଠିକ୍ ଦୂରତା ଜଣାପଡ଼ିପାରିବ ।
Also Read: ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଥିବା ଲକ୍ଷ୍ନୌର ‘ରକେଟ ଓ୍ୱିମେନ’, ଜାଣନ୍ତୁ କିଏ ମହିଳା…