ନୂଆଦିଲ୍ଲୀ, ୧୨/୦୭: ଚନ୍ଦ୍ରଯାନ-୩କୁ ନେଇ ବଢ଼ୁଛି ଉତ୍କଣ୍ଠା। ଲଞ୍ଚକୁ ଆଉ କିଛି ଦିନ ବାକି ରହିଛି, କହିପାରିବା ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଏହାରି ମଧ୍ୟରେ ଗୁରୁବାର ଠାରୁ କାଉଣ୍ଟଡାଉନ ଆରମ୍ଭ ହେବା ନେଇ କୁହାଯାଉଛି। ସୂଚନାଥାଉକି ଶୁକ୍ରବାର ଜୁଲାଇ ୧୪ରେ ହେବ ଲଞ୍ଚ ହେବ ଚନ୍ଦ୍ରଯାନ-୩।
ଭାରତୀୟ ମହକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚାରି ବର୍ଷ ପରେ ପୁଣି ଥରେ ଚନ୍ଦ୍ରରେ ପହଞ୍ଚିବାର ଅଭିଯାନ କରୁଛି। ଏଥିପାଇଁ ଚନ୍ଦ୍ରଯାନ-୩କୁ ଶୁକ୍ରବାର ପଠାଯିବ। ଆଉ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପହଞ୍ଚିବାକୁ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଚନ୍ଦ୍ରମାରେ ଯାନକୁ ‘ସଫ୍ଟ ଲ୍ୟାଣ୍ଡିଂ’ ବା ସୁରକ୍ଷିତ କରିବା ଇସ୍ରୋ ପାଇଁ ଚାଲେଞ୍ଜ ରହିଛି। ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ-୨ର ଉଦ୍ଦେଶ୍ୟ ପୂରଣ କରିବ। ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ସେଠାରେ ଥିବା ରହସ୍ୟମୟ ଅନ୍ଧକାରମୟ ସ୍ଥାନର ଖୋଜ୍ କରିବ। ଏହି ସ୍ଥାନରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯ୍ୟକିରଣ ପଡ଼ିନାହିଁ।
ତେବେ ଭାରତ ଯଦି ଏଥିରେ ସଫଳ ହେଉଛି ତେବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରରୁ ପହଞ୍ଚିବାରେ ପ୍ରଥମ ଦେଶ ହୋଇଯିବ। ଚନ୍ଦ୍ରଯାନ-୩କୁ ଏଲଭିଏମ-ଏମକେ୪ ରକେଟରୁ ଲଞ୍ଚ କରାଯିବ। ୧୪ ଜୁଲାଇରେ ଶ୍ରୀହରିକୋଟାରୁ ଏହାର ଲଞ୍ଚ ହେବ। ଏଥିପାଇଁ ସବୁ ଟେଷ୍ଟିଂ ମଧ୍ୟ ସରିଛି। ମଙ୍ଗଳବାର ଫୁଲ ରିହର୍ସଲ ମଧ୍ୟ ହୋଇଥଲା। କୁହାଯାଉଛି ଅଗଷ୍ଟ ଶେଷ ବେଳକୁ ଚନ୍ଦ୍ରଯାନ-୩ ଚନ୍ଦ୍ରମାରେ ଲ୍ୟାଣ୍ଡ୍ କରିବ।
ଆହୁରି ପଢ଼ନ୍ତୁ: ପାଗ ଅନୁକୂଳ ହେଲେ ଜୁଲାଇ ୧୪ରେ ହେବ ଚନ୍ଦ୍ରାୟନ-୩ର ଉତ୍କ୍ଷେପଣ
ସୂଚନାଥାଉକି, ୨୦୧୯ରେ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା ଚନ୍ଦ୍ରଯାନ-୨ । ଆଉ ପୁଣି ଥରେ ଚନ୍ଦ୍ରଯାନ-୩କୁ ପଠାଯାଉଛି। ତେବେ ଏଥର ସବୁକିଛି ଠିକ୍ ରହିବଲେ ଭାରତ ଆମେରିକା, ଚୀନ ଏବଂ ରୁଷ ପରେ ଚତୁର୍ଥ ଦେଶ ହୋବ।
ଚନ୍ଦ୍ରଯାନ-୩ ମିଶନରେ ଏକ ସ୍ବଦେଶୀ ମଡ୍ୟୁଲ ବ୍ୟବହାର କରଯାଇଛି, ଲ୍ୟାଣ୍ଡର ଏବଂ ରୋଭର ରହିଛି।ମିଶନ ଅନୁଯାୟୀ ୪୩.୫ ମିଟର ଲମ୍ବା ରକେଟ୍ ଜୁଲାଇ ୧୪ ଦିନ ୨:୩୫ ମିନିଟରେ ଲଞ୍ଚ ହେବ। ଏଥିପାଇଁ ଗୁରୁବାର ଠାରୁ ଆରମ୍ଭ ହେବ ଏହାର କାଉଣ୍ଟଡାଉନ ବା ଓଲଟା ଗଣତି। ଏଲଭିଏମ୩ ରକେଟର ଅଧିକ ଓଜନ ନେବାର କ୍ଷମତାରହିଥିବାରୁ ଏହାକୁ ଇସ୍ରୋ ଫ୍ୟାଟ୍ ବଏ ବି କହିଥାଏ। ଏହି ଫ୍ୟାଟ ବଏ ଲଗାତାର ଛଅ ସଫଳ ଅଭିଯାନ କରିଛି।