ନ୍ୟାୟ ମାଗିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, କହିଲେ- 'ଓଟିଭି ସାମ୍ବାଦିକ ମିଥ୍ୟା ଓ ଅଶ୍ଳୀଳ ଭିଡିଓ ଭାଇରାଲ କରିଛନ୍ତି'

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର, ୧୮୧୦:  ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ ପୁଣି ଏକ ଭିଡିଓ ଜାରି କରି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଭିଡିଓ ଭାଇରାଲ କରିଥିବା ଓଟିଭି ରିପୋର୍ଟରଙ୍କୁ ସୁରକ୍ଷା ଦେବାକୁ ବନ୍ଦ କରିବାକୁ ଦାବି କରିବା ସହ ସାଂସଦ ନ୍ୟାୟ ମାଗିଛନ୍ତି । ଏପରିକି  ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ ବୋଲି ଚନ୍ଦ୍ରାଣୀ କହିଛନ୍ତି ।

ଭିଡିଓ ଜାରି ଚନ୍ଦ୍ରାଣୀ କହିଛନ୍ତି ଯେ,  ଜଣେ ଆଦିବାସୀ ଯୁବତୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏପରି ମିଛ ଭିଡିଓ ସେୟାର କରାଯାଇଛି । ଏହାପଛରେ ତାଙ୍କୁ ମାନସିକ ଭାବରେ ଉତ୍ପୀଡନ କରିବା ଉଦ୍ଦେଶ୍ୟ ରହିଛି । ଏହି ଭିଡିଓକୁ ଓଟିଭି ରିପୋର୍ଟର ଭିଡିଓ ଭାଇରାଲ କରିଥିଲେ । ଓଟିଭି ରିପୋର୍ଟରଙ୍କୁ ସୁରକ୍ଷା ଦେଉଛନ୍ତି ଜଗି ପଣ୍ଡା ଏବଂ ବୈଜୟନ୍ତ । ଯଦି ନିଜ ପରିବାରରେ କାହାର ଏମିତି ହୋଇଥିଲେ ବୈଜୟନ୍ତ ଭୁଲି ଯାଇଥାନ୍ତେ କି ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି ।

wp:html /wp:html

ସେ ଆହୁରି କହିଛନ୍ତି ଯେ, ଓଟିଭି ରିପୋର୍ଟରଙ୍କୁ ଦଣ୍ଡ ମିଳିଲେ ଯାଇ ସେ ନ୍ୟାୟ ପାଇବେ ।ଜଗି ଏବଂ ବୈଜୟନ୍ତ ପଣ୍ଡା ତାଙ୍କୁ ନ୍ୟାୟ ପାଇବାକୁ ବଞ୍ଚିତ କରୁଛନ୍ତି । ଅପରାଧ କରୁଥିବା ବ୍ୟକ୍ତିକୁ ସୁରକ୍ଷା ଦେଉଛନ୍ତି ଜଗି ଓ ବୈଜୟନ୍ତ । ଓଟିଭି ମିଡିଆକୁ ଲଗାଇ ସତ୍ୟକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଥିବା ଚନ୍ଦ୍ରାଣୀ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ସେ ସାଂସଦ ହୋଇ ମଧ୍ୟ ତାଙ୍କୁ ନ୍ୟାୟ ପାଇଁ ଗୁହାରି କରିବାକୁ ପଡୁଛି । ନ୍ୟାୟ ନମିଳିଲେ ଏହା ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.