ଚନ୍ଦ୍ରଭାଗାରେ ବୁଡିଲା ଡଙ୍ଗା : ଜଣେ ନିଖୋଜ, ୪ ଉଦ୍ଧାର

Published By : Prameya-News7 Bureau | August 27, 2021 IST

କୋଣାର୍କ, ୨୭ ।୦୮ : ଚନ୍ଦ୍ରଭାଗାରେ ଅଘଟଣ । କୋଣାର୍କ  ଚଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଛନ୍ତି ।

ସୂଚନାନୁସାରେ, ଗୁରୁବାର ରାତିରେ କିଛି ମତ୍ସ୍ୟଜୀବୀ  ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ।  ମାଢ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ । ଏବେସୁଦ୍ଧା ସେ ନିଖୋଜ ଅଛନ୍ତି । ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ ।

ତେବେ ଆପୋଲୋଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଖବର ପାଇ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.