ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଦାନା ବାନ୍ଧିବା ଆରମ୍ଭ କରିଛି ବିଜେପି ବିରୋଧୀ ମେଣ୍ଟ ପ୍ରସ୍ତାବ

Published By : Prameya-News7 Bureau | November 02, 2018 IST

ନୂଆଦିଲ୍ଲୀ ୨|୧୧:   ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ପ୍ରସ୍ତାବ ପୁଣି ଦାନା ବାନ୍ଧିବା ଆରମ୍ଭ କରିଛି। ଗତ ମାର୍ଚ୍ଚ ମାସରେ କେନ୍ଦ୍ରରେ କ୍ଷମତାସୀନ ଏନ୍ ଡିଏକୁ ଛାଡ଼ପତ୍ର ଦେଇଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍  ଚନ୍ଦ୍ରବାବୁ ନାଇଡୁ ଏହି ମହାମେଳିକୁ ଆଗକୁ ନେବାକୁ ଦିଲ୍ଲୀ ପହଞ୍ଚି ଅଣ ବିଜେପି ଦଳର ସୁପ୍ରିମୋମାନଙ୍କ ସହ ଆଲୋଚନା କରିଛନ୍ତି। ବିଜେପିକୁ ଯେମିତି ହେଲେ ୨୦୧୯ରେ ହରାଇବା ପାଇଁ ନାଇଡୁ ପ୍ରତିଜ୍ଞା କରିବା ସହ  ନ୍ୟାଶନାଲ୍  କନଫରେନ୍ସର ନେତା ଡ. ଫାରୁକ ଅବଦୁଲ୍ଲା, ଏନ୍ ସିପି ମୁଖ୍ୟ ଶରଦ ପାୱର ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି। ଯାହା ଏନଡିଏ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.