କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେବେଳେ କ’ଣ କରିବେ...

Published By : Prameya-News7 Bureau | November 07, 2022 IST

ମଙ୍ଗଳବାର ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଚଳିତ ବର୍ଷ ୮ ନଭେମ୍ବରରେ ପଡ଼ୁଛି। ଏହି ଦିନ ଚନ୍ଦ୍ରଗ୍ରହଣ ଲାଗିବ। କାର୍ତ୍ତିକ ପୂର୍ଣ୍ଣିମାରେ ଦେବ ଦୀପାବଳି ମଧ୍ୟ ପାଳନ ହୋଇଥାଏ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ସ୍ବତନ୍ତ୍ର ଦେବନୀତି ପାଳନ ହେବା ସହ ଡଙ୍ଗା ଭସା ପାଇଁ ନିୟମ ନିର୍ଦ୍ଦାରଣ କରାଯାଇଛି।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରମା ଏକ ସରଳ ରେଖାରେ ରହିଥାନ୍ତି।  ଏହି ସମୟକୁ ଚନ୍ଦ୍ରଗ୍ରହଣ କୁହାଯାଏ। ତେବେ ଚନ୍ଦ୍ରଗ୍ରହଣ ପୂର୍ବର ସମୟକୁ ଗ୍ରହଣ କାଳ କୁହାଯାଏ। ଚନ୍ଦ୍ର ଗ୍ରହଣ ସମୟରେ ଗ୍ରହଣକାଳ ୯ ଘଣ୍ଟା ପୂର୍ବରୁ ଲାଗୁ  ହୋଇଥାଏ। ସୂର୍ଯ୍ୟକରଣ ସମୟରେ ୧୨ ଘଣ୍ଟା ପୂର୍ବରୁ ଲାଗିଥାଏ। ଗ୍ରହଣକାଳର ବେଶ୍ ମହତ୍ବ ରହିଥାଏ।

୨୦୨୨ ର ଦ୍ବିତୀୟ ଚନ୍ଦ୍ରଗ୍ରହର ଭାରତରେ ଦେଖାଯିବ। ଭାରତରେ ଚନ୍ଦ୍ର ଗ୍ରହଣ ୮ ନଭେମ୍ବର ୨୦୨୨ ସନ୍ଧ୍ୟା ୫:୨୦ ରୁ ଦେଖାଯିବ ଏବଂ ୬:୨୦ ରେ ସମାପ୍ତ ହେବ। ଚନ୍ଦ୍ର ଗ୍ରହଣ ପାଇଁ ସକାଳ ୮ ଟା ୨୦ ରୁ ପାକତ୍ୟାଗ ରହିଛି। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତ ସହ ଦକ୍ଷିଣ-ପୂର୍ବ ୟୁରୋପ୍, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପାସିଫିକ୍, ଆଣ୍ଟଲାଣ୍ଟିକ୍ ଏବଂ ହିନ୍ଦ୍ ମହାସାଗରରେ ଦେଖିବାକୁ ମିଳିବ।

ଏହି ସମୟରେ ଲୋକେ କିଛି ନିୟମ ପାଳନ କରିଥାନ୍ତି ଏବଂ ଗ୍ରହଣ ଶେଷ ହେବା ପରେ ଉପବାସ ଭାଙ୍ଗିଥାନ୍ତି। ଏହା ପୂର୍ବରୁ ସ୍ନାନ ମଧ୍ୟ କରିବାକୁ ପଡ଼ିଥାଏ।  ତେବେ ମଙ୍ଗଳବାର ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟରେ ଡଙ୍ଗାଭସା ସମୟ ରହିଛି। ଭୋର୍ ୫ ଟା ୫୪ ରୁ ଦେବନୀତି ନିଷେଧ ରହିଛି। ସକାଳ ୮ ଟା ୨୯ ରୁ ସନ୍ଧ୍ୟା ୬ ଟା ୧୯ ମିନିଟ୍ ପର୍ଯ୍ୟନ୍ତ ପାକତ୍ୟାଗ ପାଇଁ ରହିଛି। ସେହିଭଳି ଗ୍ରହଣ ସ୍ପର୍ଶ ଅପରାହ୍ନ ୨ଟା ୩୮ ମିନିଟ୍ ରହିଥିବାବେଳେ ସନ୍ଧ୍ୟା ୬ ଟା ୧୮ ମିନିଟ୍‌ରେ ଗ୍ରହର ସର୍ବମୋକ୍ଷ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.