ମାଘ ବୁଡ଼ ପାଇଁ ପ୍ରସ୍ତୁତି, ଚନ୍ଦ୍ରଭାଗା ମେଳା ପଡିଆ ଅନୁଧ୍ୟାନ କଲେ ଜିଲ୍ଲାପାଳ
25/01/2023 at 11:00 AM

କୋଣାର୍କ ୨୫/୦୧: ମାଘ ବୁଡ଼ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଅନୁଧ୍ୟାନ କଲେ ଜିଲ୍ଲାପାଳ । ଏବର୍ଷ ମାଘ ସପ୍ତମୀରେ ତିନିଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରଯାଉଛି l ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରଯାଉଛି l ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ ।
ସୁରକ୍ଷା ବ୍ୟବସ୍ଥା, ପରିମଳ, ପାନୀୟ ଜଳ ଓ ଟ୍ରାଫିକ ଵ୍ୟବସ୍ଥା ଉପରେ ବିଭିନ୍ନ ଅଧିକାରଙ୍କ ସହିତ ଜିଲ୍ଲାପାଳ ଆଲୋଚନ କରିଥିଲେ । ଏବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମେଳା ପଡିଆକୁ ଜିଗଜାଗ୍ ବ୍ୟାରିକେଡ଼ରେ ଆବଦ୍ଧ କରଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023