ଭାରି ପଡ଼ିଲା ଲାଞ୍ଚ ନେବା: ଗିରଫ ହେଲେ ଚାନ୍ଦିପୁର ଆଇଆଇସି, ଏଏସଆଇ

Published By : Prameya-News7 Bureau | July 19, 2023 IST

ବାଲେଶ୍ବର ୧୯/୭: ମହଙ୍ଗା ପଡ଼ିଲା ଲାଞ୍ଚ ନେବା। ଗିରଫ ହେଲେ ଚାନ୍ଦିପୁର ଥାନା ଆଇଆଇସି ଏବଂ ଏଏସଆଇ। ବୁଧବାର ଜଣେ ମଦଭାଟି ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ବଳି ମହାନ୍ତି। ଉଭୟଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେଇଥିବା କହିଥିଲେ ଭିଜିଲାନ୍ସ ଏସପି।

ଏହି ମାମଲାରେ ଭିଜିଲାନ୍ସ ୬ଟି ସ୍ଥାନରେ ଚଢଉ କରିଥିଲା। ଚାନ୍ଦିପୁର ଥାନାରେ ଥିବା ଆଇଆଇସି ଓ ଏଏସଆଇଙ୍କ ଅଫିସ ସମେତ ଗଣେଶ୍ବର ପ୍ରଧାନଙ୍କ କେନ୍ଦୁଝରର ଅସଡାରେ ଥିବା ପୌତୃକ ଘର, ପ୍ରଦୀପ ମହାନ୍ତିଙ୍କ ସୋରଠାରେ ଥିବା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତଠାରେ ଥିବା ପୈତୃକ ଘର ଉପରେ ଚଢାଉ କରିଥିଲା। ଏହା ପୂର୍ବରୁ ଏସଆଇଙ୍କୁ ବଳି ମହାନ୍ତିଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସହିଦନଗର ଥାନାର ମହିଳା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ମାମଲାର ରଫାଦଫା ପାଇଁ ନେଉଥିଲେ ୧୫ ହଜାର ଟଙ୍କା

ସୂଚନାଯୋଗ୍ୟ ଯେ, ଏକ ମାମଲାର ରଫାଦଫା କରିବା ପାଇଁ ଉଭୟ ପୋଲିସ ବାବୁ ଜନୈକ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ଏନେଇ ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପି ନରହରି ବେହେରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣଙ୍କ ଆଇଆଇସି ଗଣେଶ୍ବର ପ୍ରଧାନଏଏସଆଇ ବଳି ମହାନ୍ତି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.