scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଙ୍ଗାରୁ ବୋଲରଙ୍କୁ ଦିନେଶ ଚାନ୍ଦିମାଲଙ୍କ ପ୍ରହାର, ଦ୍ଵିଶତକ ମାରି କଲେ ବଡ ରେକର୍ଡ

11/07/2022 at 4:10 PM

ଗାଲେ: ଅଷ୍ଟ୍ରେଲିଆ ବିପକ୍ଷ ଗାଲେରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନ ଦିନେଶ ଚାନ୍ଦିମାଲ ଦ୍ଵିତଶତକ ଅର୍ଜନ କରି ବଡ ରେକର୍ଡ କରିଛନ୍ତି। ତାଙ୍କର ଅପରାଜିତ ୨୦୬ ରନ ଦମରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୫୫୪ ରନର ବିଶାଳ ସ୍କୋର କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିଜର ପ୍ରଥମ ଇନିଂସରେ ୩୬୪ ରନ କରିଛି। ଚାନ୍ଦିମାଲ କଙ୍ଗାରୁ ଦଳ ବିରୋଧରେ ଦ୍ଵିଶତକ ଅର୍ଜନ କରିବାରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ହୋଇଛନ୍ତି।  ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିରୋଧରେ ସବୁଠୁ ବଡ ସ୍କୋର କରିଛି।

ଦିନେଶ ଚାନ୍ଦିମାଲ ଶ୍ରୀଲଙ୍କା ତରପରୁ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଶ୍ରେଷ୍ଠ ସ୍କୋର କରିବାର ରେକର୍ଡ କରିଛନ୍ତି। ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ସାଙ୍ଗାକାରା ୨୦୦୭ରେ ଅଷ୍ଟ୍ରେଲିଆ ବିରୋଧରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୯୨ ରନ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କା ଖେଳାଳିଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଦିନେଶ ଚାନ୍ଦିମାଲ-  ୨୦୬ ଅପରାଜିତ

କୁମାର ସାଙ୍ଗାକାରା- ୧୯୨

କୁଶଲ ମେଣ୍ଡିସ- ୧୭୬

ଅରବିନ୍ଦ ଡି ସିଲଭା- ୧୬୭

ତିଳକରତ୍ନେ ଦିଲସାନ- ୧୪୭

ଶ୍ରୀଲଙ୍କା ଭାଙ୍ଗିଲା ୩୦ ବର୍ଷର ପୁରୁଣା ରେକର୍ଡ

ଚାନ୍ଦିମାଲଙ୍କ ଏହ ଦମଦାର ଇନିଂସ ଦମରେ ଘରୋଇ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ଇନିଂସରେ ୫୫୪ ରନ କରିବାରେ ସଫଳ ହୋଇଛି। ସବୁଠୁ ଲମ୍ବା ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କାର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ଶ୍ରୀଲଙ୍କା ୧୯୯୨ରେ ୫୪୭/୮ରେ ଇନିଂସ ଘୋଷଣା କରିଥିଲା। ୨୦୧୧ରେ ଦଳ କଙ୍ଗାରୁ ବିପକ୍ଷରେ ୪୭୩ ରନ କରିଥିଲା।

   Related Posts