scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିନ୍ତା ବଢ଼ାଇଲା ଚଣ୍ଡିଖୋଲ ଛକ ଟ୍ରାଫିକ୍ ସମସ୍ୟା, ସ୍ଥାନୀୟ ଅଞ୍ଚଳରେ ତେଜିଲା ଅସନ୍ତୋଷ

28/06/2023 at 4:44 PM

ଚଣ୍ଡୀଖୋଲ ୨୮/୦୬: ରାଜ୍ୟର ଏକ ପ୍ରମୁଖ ଛକ ଭାବେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକର ବେଶ ଗୁରୁତ୍ୱ । ଦୁଇଟି ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏହି ଚଣ୍ଡିଖୋଲ ଛକ ରେ ଏବେ ଚିନ୍ତା ବଢ଼ାଇଛି ଟ୍ରାଫିକ ସମସ୍ୟା । ଅସଜଡ଼ା ଟ୍ରାଫିକ ସମସ୍ୟା ଓ ବେଆଇନ ପାର୍କିଂ ଯୋଗୁ ବଢୁଛି ସଡ଼କ ଦୁର୍ଘଟଣା । ଟ୍ରାଫିକ ସମସ୍ୟା ନେଇ ବ୍ୟବସାୟୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

ସୂଚନା ଥାଉକି, ବ୍ୟବସାୟୀକ କେନ୍ଦ୍ର ସ୍ଥଳ ହୋଇ ଥିବାରୁ ଏହା ଏକ ଜନଗହଳି ପୂର୍ଣ୍ଣ ଛକ ଭାବେ ବେଶ ଗୁରୁତ୍ୱ ରହିଛି । ହେଲେ ଆଜି ବି ଚଣ୍ଡିଖୋଲ ଛକ ରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟୟ ହୋଇ ପଡିଛି । ଛକରେ କୌଣସି ପାର୍କିଂ ର ବ୍ୟବସ୍ଥା ନଥିବା ରୁ ଲୋକ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି ଯେଉଁଥି ପାଇଁ ବିଭିନ୍ନ ସମୟରେ ରାସ୍ତା ଜାମ ହୋଇ ରହୁଛି । ଅନ୍ୟପଟେ ଚଣ୍ଡିଖୋଲ ଛକ ନିକଟରେ ଜାତୀୟ ରାଜପଥ ରେ ବେଆଇନ ଭାବେ ଟ୍ରକ ଅଟକି ରହୁ ଥିବାରୁ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

you can also read…

   Related Posts