ଦୋକାନ ଉପରକୁ ବୋମାମାଡ଼, ଦୋକାନୀ ଆହତ
22/01/2023 at 8:36 AM

ଚଣ୍ଡିଖୋଲ ୨୨।୦୧ : ଦୋକାନ ଉପରକୁ ବୋମାମାଡ଼ । ଯାଜପୁର ଜିଲ୍ଲା ବୈରୀ ଥାନା ଅଧିନ ଚମ୍ପାପୁର ଠାରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଚମ୍ପାପୁର ଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ବାଇକରେ ଆସି ଦୁଇଟି ବୋମା ଫିଙ୍ଗିଛନ୍ତି ।

ତେବେ ଏହି ବୋମାମାଡ଼ରେ ଦୋକାନୀ ଆହତ ହୋଇଛି । ସେପଟେ ବୋମାମାଡ଼ର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି । ସେନେଇ ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023