ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ

Published By : Prameya-News7 Bureau | December 25, 2022 IST

ଚଣ୍ଡିଖୋଲ ୨୫।୧୨ : ଯାଜପୁର ଜିଲ୍ଲା ଧର୍ମଶାଳ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ । ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଏହାର ଉଦ୍‌ଘାଟନ୍‌ କରିଛନ୍ତି । ମନ୍ତ୍ରୀଙ୍କ ସହ ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ  ସହ ବହୁ ଜନ ପ୍ରତିନିଧି ଉପସ୍ଥିତ ରହିଥିଲେ ।   

ତେବେ   ଧର୍ମଶାଳା ବ୍ଲକର ଦୁଇଟି ବିଜୁ ସେତୁର ଉଦଘାଟନ ସହ ତିନୋଟି ରାସ୍ତାର ଶିଳାନ୍ୟାସ କରାଯାଇଛି. । ଇମାମନଗର ଓ କୁସ୍ତିରା ଠାରେ ଦୁଇଟି ନୂତନ ବିଜୁ ସେତୁର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ । ଗାନ୍ଧୀଛକ ଠାରୁ ପାଟପୁର ରୋଡ଼, ଏଚ.ଏଲ.ସି ରେଞ୍ଜ-୧ ଠାରୁ ଜାମୁଝରି, ଶ୍ୟାମସୁନ୍ଦରପୁର ରୋଡ଼ ଠାରୁ ଚଉଷଠିପଡା ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାର ଶିଳାନ୍ୟାସ କରାଯାଇଛି । ଏହିସବୁ ପ୍ରକଳ୍ପ ପାଇଁ ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ମୋଟ ୨୦ କୋଟି ଟଙ୍କା ବେୟ ବରାଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.