ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଲେ ଯାଜପୁର ଦୁଇ ଶିଳ୍ପୀ, ଚାରିଆଡୁ ପ୍ରଶଂସାର ସୁଅ

Published By : Prameya-News7 Bureau | November 29, 2022 IST

ଚଣ୍ଡିଖୋଲ ୨୯।୧୧:  ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଲେ ଯାଜପୁରର ଦୁଇ ଜଣ ଶିଳ୍ପୀ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ପୁରସ୍କାର ସମାରୋହରେ ଯାଜପୁର ଜିଲ୍ଲାର ଦୁଇ ଜଣ ପଥର ଶିଳ୍ପୀଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗାଁର ହସ୍ତଶିଳ୍ପୀ ସୁଶାନ୍ତ ଦାସ ଓ ସୁକୁଆପଡ଼ା ଗାଁର ରଞ୍ଜନ ମହାରଣାଙ୍କୁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହସ୍ତଶିଳ୍ପୀ ରଞ୍ଜନ ମହାରଣାଙ୍କ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିବାରୁ ଏହି ପୁରସ୍କାର ତାଙ୍କ ପତ୍ନୀ ସ୍ନେହଲତା ମହାରଣାଙ୍କୁ ଦିଆଯାଇଛି । ପଥରରେ ସୁନ୍ଦର କାରୁକାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାର ଏହି ଦୁଇ ଶିଳ୍ପ ଜାତୀୟ ପୁରସ୍କାର ପାଇଛନ୍ତି ।କେନ୍ଦ୍ର ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ନିକଟରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଦୁଇ ଶିଳ୍ପୀ । ୨୦୧୭, ୧୮, ୧୯ ବର୍ଷ ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।  ଜାତୀୟ ପୁରସ୍କାର ପାଇଥିବା ଏହି ଦୁଇ ଜଣ ଶିଳ୍ପୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.