AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଦମନ ଦେଖ, ଦମ୍‌ ବିରିୟାନୀ ଖାଅ : ହଲ୍‌ ମାଲିକଙ୍କ ନିଆରା ଉଦ୍ୟମ

28/11/2022 at 10:08 AM

ଚଣ୍ଡିଖୋଲ ୨୮।୧୧ :  ହଲ୍‌ ମାଲିକଙ୍କ ନିଆରା ଉଦ୍ୟମ। ଫିଲ୍ମ ଦେଖ ଦମ୍‌ ବିରିୟାନୀ ଖାଅ । ଓଡିଆ ଫିଲ୍ମ ଦମନ ଦେଖିଲେ ଦମ୍‌ ବିରିୟାନୀ ଦେଉଛନ୍ତି ହଲ୍‌ ମାଲିକ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ଓ୍ୱାନ୍‌ ଟକିଜ୍‌ ପକ୍ଷରୁ ଏଭଳି ଅଫର ଦିଆଯାଉଛି ।

ଖବର ଅନୁଯାୟୀ, ସବୁଠି ଓଡ଼ିଆ ଫିଲ୍ମ ଦମନ କୁ ନେଇ ଚର୍ଚ୍ଚା । ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ ।  ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ମନ ଛୁଇଁ ପାରିଛି । ଏହି ଫିଲ୍ମ ହଲରେ ଭଲ ବ୍ୟବସାୟ ମଧ୍ୟ କରୁଛି । ହେଲେ ଦମନକୁ ନେଇ ହଲ ମାଲିକଙ୍କ ନିଆରା ଉଦ୍ୟମ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ୱାନ ଟକିଜ ପକ୍ଷରୁ ଯେଉଁ ଦର୍ଶକ ମାନେ ଦମନ ଫିଲ୍ମ ଦେଖିବେ  । ସେମାନଙ୍କୁ ମାଗଣାରେ ଦମ ବିରିୟାନୀ ପ୍ରଦାନ କରାଯାଇଛି । ଯେଉଁଥି ପାଇଁ ଫିଲ୍ମ ହଲରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।

ସେପଟେ ଦର୍ଶକମାନେ ଫିଲ୍ମ ଦେଖିବା ସହ ଦମ ବିରିୟାନୀ ଖାଇବାର ମଜା ନେଇଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଦମନ ଫିଲ୍ମ ଉପରୁ ଟିକସ ଛାଡ଼ କରିଥିବା ବେଳେ ଦମନ ରାଜ୍ୟ ଓ ରାଜ୍ୟ ବାହାରେ ଭଲ ସଫଳତା ପାଇଛି । ଏହାସହ ଏହି ଫିଲ୍ମ ଯୋଗୁ ହଲରେ ଭଲ ବ୍ୟବସାୟ ମଧ୍ୟ ହେଉଛି । ଯେଉଁଥିଲାଗି ଦର୍ଶକଙ୍କ ପାଇଁ ଏଭଳି ଏକ ନିଆରା ଉଦ୍ୟମ କରିଥିବା ହଲ ମାଲିକ କହିଛନ୍ତି ।

   Related Posts