ଗାଁରେ ବୁଲୁଛି ଦନ୍ତା, ଭୟରେ ଗାଁଲୋକେ
6/02/2023 at 12:18 PM

ଚଣ୍ଡିଖୋଲ ୦୬।୦୨ : ଯାଜପୁର ଜିଲ୍ଲା ବଇରି ରେଞ୍ଜ ସୋମିଆ ଗାଁରେ ଦନ୍ତା ହାତୀର ଉତ୍ପାତ । ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି । ଭୟରେ ପୁରା ଅଞ୍ଚଳବାସୀ ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା କାଇ ପାହାଡ ଜଙ୍ଗଲରୁ ଆସି ସୋମିଆ ଗାଁରେ ପ୍ରବେଶ କରିଥିଲା । ଦନ୍ତା ଗାଁରେ ଥିବା ଘର ଭାଙ୍ଗିବା ସହ ଧାନ, ପନିପରିବା ଫସଲ ନଷ୍ଟ କରିଛି । ଯାହାଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇଛନ୍ତି । ଏହାପରେ ତୁରନ୍ତ ଯୋଡ଼ା ବନବିଭାଗକୁ ଜଣାଇଥିଲେ । ବନବିଭାଗ କର୍ମଚାରୀମାନେ ଘଟଣସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇ ଜଙ୍ଗଲକୁ ଛାଡିଛନ୍ତି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023