ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଚଣ୍ଡିଖୋଲରେ ଭାରତ ବନ୍ଦର ପ୍ରଭାବ, ଚକ-ଅଖ ସବୁ ଠପ୍

27/09/2021 at 1:27 PM

ଚଣ୍ଡିଖୋଲ, ୨୭।୦୯ : ସୋମବାର କିଷାନ ମୋର୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି । ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।  ବନ୍ଦ ପାଳନରେ ବିଭିନ୍ନ କୃଷକ ସଂଗଠନ, ବାମପନ୍ଥୀ ଦଳ ଓ କଂଗ୍ରେସ ସାମିଲ ହୋଇଛନ୍ତି ।

ଜିଲ୍ଲାର ଚଣ୍ଡିଖୋଲ ଛକରେ ଭାରତବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଚଣ୍ଡିଖୋଲ ଛକରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଯାହା ଫଳରେ ଗାଡି ମଟର ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିଛି ।

କେନ୍ଦ୍ର ସରକାରଙ୍କ ତିନି କୃଷି ବିଲକୁ ବିରୋଧ କରି କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି । ଚଣ୍ଡିଖୋଲ, ଜାରକା, ବାଲିଚନ୍ଦ୍ରପୁର, ଛତିଆ ଛକ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସହ କେନ୍ଦ୍ର ବିରୋଧୀ ନାରାବାଜି ଦିଆ ଯାଉଛି । ବନ୍ଦକୁ ଚଣ୍ଡିଖୋଲ ବ୍ୟବସାୟୀ ସଙ୍ଘ ପକ୍ଷରୁ ସହଯୋଗ କରାଯାଇ ଥିବା ବେଳେ କେନ୍ଦ୍ର ସରକାର କୃଷି ବିଲ୍ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏହି ଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପରିମାଣରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

   Related Posts