ଚଣ୍ଡିଖୋଲ ଓ ଜାରକାକୁ NAC ଘୋଷଣା ପରେ ସବୁଠି ଖୁସିର ଲହରୀ

Published By : Prameya-News7 Bureau | February 24, 2024 IST

ଚଣ୍ଡିଖୋଲ ୨: ରାଜ୍ୟରେ ୩୪ଟି ନୂଆ NAC ଘୋଷଣା ହୋଇଛି । ଯାଜପୁର ଜିଲ୍ଲାର ପ୍ରମୁଖ ଚଣ୍ଡିଖୋଲ ଓ ଜାରକା ମଧ୍ୟ ଏଥିରେ ସାମିଲ ହୋଇଛି । ଦୀର୍ଘ ଦିନ ଧରି ଚଣ୍ଡିଖୋଲକୁ NAC ପାଇଁ ଦାବି ହୋଇ ଆସୁଥିବା ବେଳେ ଶେଷରେ ଚଣ୍ଡିଖୋଲ NAC ମାନ୍ୟତା ପାଇଛି । ଅନ୍ୟପଟେ ଜାରକାକୁ NAC ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ ସରକାର ଜାରକାକୁ NAC ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ଏହାକୁ ସ୍ୱାଗତ କରିବା ସହ ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି ।

ଜାରକାକୁ NAC ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଚଣ୍ଡିଖୋଲବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଚଣ୍ଡିଖୋଲକୁ NAC ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଂଚଳବାସୀ । ଆଗାମୀ ଦିନରେ ଚଣ୍ଡିଖୋଲ ଓ ଜାରକା ଅଂଚଳରେ ଆହୁରି ବିକାଶ ହୋଇ ପାରିବ ଅଂଚଳବାସୀ ଆଶାବାଦୀ ରହିଛନ୍ତି।

You Can Read :

wp:embed {"url":"https://www.prameyanews7.com/20-families-of-bhadrak-district-joins-bjp/","type":"wp-embed","providerNameSlug":"prameya-news-7"}
https://www.prameyanews7.com/20-families-of-bhadrak-district-joins-bjp/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.