ହେତୁବାଦୀଙ୍କ ନାଁର ଥାନାରେ ଏତଲା, ପ୍ରଶାସନ ନବୁଝିଲେ ଆନ୍ଦୋଳନ ଜୋରଦାର-ବ୍ରାହ୍ମଣ ସମାଜ

Published By : Prameya-News7 Bureau | October 29, 2022 IST

ଚଣ୍ଡିଖୋଲ ୨୯।୧୦ : ହେତୁବାଦୀମାନେ ବିରିୟାନୀ ଖାଇବା ସହ ସୂର୍ଯ୍ୟପରାଗରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଘଟଣା । ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳର ବ୍ରାହ୍ମଣ ସମାଜ ପକ୍ଷରୁ ଏହି ଘଟଣାକୁ ବିରୋଧ କରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

wp:html /wp:html

ଖବର ଅନୁଯାୟୀ, ଗତ ସୂର୍ଯ୍ୟପରାଗ ଦିନ ହେତୁବାଦୀମାନେ ହିନ୍ଦୁ ସମାଜ ଓ ସଂସ୍କୃତି ପରମ୍ପରାକୁ କୁଠାରଘାତ କରିଛନ୍ତି । ଯାହାକୁ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ ଘଟଣାକୁ ନେଇ ଦୃଢ ନିନ୍ଦା କରାଯାଇଛି । ଯାହାକୁ ନେଇ ବ୍ରାହ୍ମଣ ସମାଜ ପକ୍ଷରୁ  ହେତୁବାଦୀ ଙ୍କ ବିରୁଦ୍ଧରେ ବଡ଼ଚଣା ଛକରୁ  ଏକ ଶୋଭାଯାତ୍ରା ରେ ଯାଇ ବିଭିନ୍ନ ନାରାବାଜି କରିବା ସହ ବଡ଼ଚଣା ଥାନା ରେ  ଲିଖିତ ଅଭିଯୋଗ କରାଯାଇଛି ।  ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ଦୃଢ କାର୍ଯ୍ୟନୁଷ୍ଠାନ ନ ନିଏ ।  ତେବେ ବ୍ରାହ୍ମଣ ସମାଜ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.