କ୍ରିକେଟ୍ ଷ୍ଟାଡିୟମରେ ୭୦୦୦ ଛାତ୍ରଙ୍କୁ ନେଇ ମାନବ ତ୍ରିରଙ୍ଗା, ଗିନିଜ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ

Published By : Prameya-News7 Bureau | August 13, 2022 IST

ଚଣ୍ଡିଗଡ: ଆସନ୍ତା ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏହା ପୂର୍ବରୁ ଆଜିଠାରୁ ହର ଘର ତ୍ରିରଙ୍ଗା ଆରମ୍ଭ ହୋଇଛି । ଏହାରି ଭିତରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ ହୋଇଛି । ସୂଚନା ଅନୁସାରେ, ଏଠାରେ ଏକ କ୍ରିକେଟ ଷ୍ଟାଡିୟମରେ ମାନବ ଶୃଙ୍ଖଳା ସହ ତ୍ରିରଙ୍ଗା ଉଡାଯାଇଛି । ଏହି ତ୍ରିରଙ୍ଗାରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ କରିଛନ୍ତି।

wp:html /wp:html

ଅଗଷ୍ଟ ୧୫କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେବ। ଏଥିପାଇଁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ଜାରି କରି ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଆଜିଠାରୁ ହର ଘର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି । କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ, ଚଣ୍ଡିଗଡର ପ୍ରଶାସକ ୱାନବାରୀଲାଲ ପୁରୋହିତ ଏବଂ ଅଲିମ୍ପିଆନ ଯୋଗେଶ୍ୱର ଦତ୍ତ ଏମଆଇଡି ଫାଉଣ୍ଡେସନ ଏବଂ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପତାକା ଉତ୍ତୋଳନ କରିବା ସହ ସମସ୍ତେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ଅପିଲ କରିଥିଲେ।

ଏହା ପୂର୍ବରୁ ୟୁଏଇ ୨୦୧୭ରେ ୪୧୩୦ ଜଣଙ୍କ ସହ ମାନବ ରାଷ୍ଟ୍ରୀୟ ପତାକାର ବିଶ୍ୱ ରେକର୍ଡ କରିଥିଲେ । ଚଣ୍ଡିଗଡ ଛାତ୍ରଛାତ୍ରୀଙ୍କ ଏହି ଉପଲବ୍ଧିରେ ସମସ୍ତେ ବେଶ ଖୁସି ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.