ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାରକୁ ନେଇ ଚିନ୍ତାରେ ପଞ୍ଜାବ ସରକାର, କଏଦୀଙ୍କୁ ଅନ୍ୟ ରାଜ୍ୟର ଜେଲ୍‌କୁ ପଠାଇବାକୁ ଚାହୁଁଛି

9/03/2020 at 10:03 PM

ଚଣ୍ଡିଗଡ ୦୯।୦୩- ପଞ୍ଜାବ ସରକାର ରାଜ୍ୟର ଜେଲ୍‌ ଗୁଡିକରେ ବନ୍ଦୀ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାରକୁ ନେଇ ଚିନ୍ତାରେ ପଡି ଯାଇଛି। ରାଜ୍ୟ ଜେଲ୍ ମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ଵା ଏହି ସବୁ ଗ୍ୟାଙ୍ଗଷ୍ଟାରକୁ ଅନ୍ୟ ରାଜ୍ୟର ଜେଲକୁ ପଠାଇବାକୁ ଚାହୁଁଛନ୍ତି। ରନ୍ଧାଓ୍ଵା ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ପତ୍ର ଲେଖି ପଞ୍ଜାବ ଜେଲରେ ସଜା କାଟୁଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାରକୁ ଅନ୍ୟ ରାଜ୍ୟର ଜେଲ୍‌କୁ ପଠାଇବାକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପିଲ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ବିପଦଜ୍ଜକ ଗୁଣ୍ଡାମାନଙ୍କୁ ଅନ୍ୟ ରାଜ୍ୟର ଜେଲ୍‌କୁ ପଠାଇବା ଉଚିତ୍। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କଠାରେ କେନ୍ଦ୍ରୀୟ ଜେଲ୍‌କୁ ବିଶେଷ ସୁରକ୍ଷା  ପ୍ରଦାନ କରିବା, ଏମପିପିଏଫ ସ୍କିନ ଅନ୍ତର୍ଗତ ପଞ୍ଜାବ ଜେଲ୍‌ର ଆଧୁନିକୀକରଣ କରିବା ସମେତ ଅନେକ ଆହୁରି ପ୍ରସଙ୍ଗକୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସାମ୍ନାରେ ଉଠାଇବାକୁ ଅପିଲ୍ କରିଛି।

ଉଲ୍ଲେଖଯୋଗ୍ୟ, ପଞ୍ଜାବର ଅନେକ ଜେଲରେ ଗ୍ୟାଙ୍ଗଷ୍ଟାରଙ୍କ ଫେସବୁକ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ସୂଚନା ସାମ୍ନାକୁ ଆସିଛି। ବିରୋଧୀ ଦଳ ପକ୍ଷରୁ କ୍ରମାଗତ ଜେଲ୍‌ରେ ଗ୍ୟାଙ୍ଗଷ୍ଟାରକୁ ସବୁ ପ୍ରକାରର ସୁବିଧା ମିଳିବା, ମୋବାଇଲ ଫୋନ୍ ବ୍ୟବହାର ହେଉଥିବା ଅଭିଯୋଗ ହୋଇ ଆସୁଛି। କେବଳ ଏତିକି ନୁହେଁ କଏଦୀଙ୍କ ମଧ୍ୟରେ ମାରପିଟ୍‌ର ଅନେକ ଅଭିଯୋଗ ଆସିଛି।

   Related Posts