ନୂଆଦିଲ୍ଲୀ: ଲୋକସଭା ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଞ୍ଜାବରେ ଦୁଇଟି ଦଳ ମିଶିଯାଇଛନ୍ତି। ସିରୋମଣି ଅକାଳୀ ଦଳ(ଏସ୍ଏଡି) ସହ ସିରୋମଣି ଅକାଳୀ ଦଳ ସଂଯୁକ୍ତ ମିଶି ଗୋଟିଏ ପାର୍ଟି ହୋଇଯାଇଛନ୍ତି।
ସିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖଦେବ ସିଂହ ଢିଣ୍ଡସାଙ୍କ ନେୃତୃତ୍ୱରେ ଦଳ ଏସ୍ଏଡି ସହ ବିଲୟ ହୋଇଛି। ସୂଚନା ଥାଉକି ଅକାଳୀ ଦଳ ସଂଯୁକ୍ତରେ ବିଜେପିର ମଧ୍ୟ ଅଂଶ ରହିଛି।
ସୂଚନା ଥାଉକି ସୁଖଦେବ ସିଂ ଢିଣ୍ଡସା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି। ସୁଖବୀର ବାଦଲଙ୍କ ସହ ବିବାଦ ପରେ ଢିଣ୍ଡସା ଅକାଳୀ ଦଳରୁ ଅଲଗା ହୋଇ ନିଜର ଏକ ଦଳ ଗଠନ କରି ବିଜେପି ସହ ମେଣ୍ଟ କରିଥିଲେ। ଏବେ ଦୁଇ ଦଳ ମିଶିବା ପରେ ରାଜ୍ୟରେ ସିରୋମଣି ଅକାଳୀ ଦଳ ସହ ପୁଣିଥରେ ବିଜେପିର ମେଣ୍ଟ ହୋଇପାରେ। ଏଥିପାଇଁ ଢିଣ୍ଡସା ଗୁରୁତ୍ୱପୂର୍ଣ୍ଣ ଭୂମିକ ନିର୍ବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ପଢ଼ନ୍ତୁ-ତାମିଲନାଡୁ ବିଜେପିର ରାମ ଓ ଭାରତମାତାକୁ ଗ୍ରହଣ କରିବ ନାହିଁ: ଡିଏମ୍କେ ନେତା ଏ ରାଜା
ଇତିହାସ ଉପରେ ନଜର ପକାଇଲେ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ସୁଖଦେବ ସିଂ ଢିଣ୍ଡସା ଏବଂ ଅନ୍ୟ ଅକାଳୀ ନେତାମାନେ ଶିରୋମାଣି ଅକାଳୀ ଦଳ (ୟୁନାଇଟେଡ୍) ଗଠନ କରିଥିଲେ। ଏହାପୂର୍ବରୁ ଢିଣ୍ଡସା ଓ ଅନ୍ୟ ନେତାମାନେ ସୁଖବୀର ବାଦଲଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ପରେ ଇସ୍ତଫା ଦେବାକୁ କହିଥିଲେ, କିନ୍ତୁ ସେ ଏପରି କଲେ ନାହିଁ। ତେଣୁ ଢିଣ୍ଡସା ଦଳରୁ ଅଲଗା ହୋଇଗଲେ ନୂଆ ପାର୍ଟି ଗଠନ କରିଥିଲେ। ତେବେ ପ୍ରକାଶ ସିଂ ବାଦଲ ଢିଣ୍ଡସାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ବି କିଛି ସଫଳତା ମିଳି ନଥିଲା।