ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହେବ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର

Published By : Prameya-News7 Bureau | August 21, 2022 IST

ଚଣ୍ଡିଗଡ଼: ପଞ୍ଜାବର ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ବଦଳିବ। ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହ ନାଁରେ ନାମିତ ହେବ ଏହି ବିମାନବନ୍ଦର। ଏନେଇ ଆଜି ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏନେଇ ମାନ ଓ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକରେ ସହମତିକ୍ରମେ ନିଷ୍ପତ୍ତି ହୋଇଛି।

ଶ୍ରୀ ମାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି " ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ। ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି। ଆଜି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ସହ ଏ ବିଷୟରେ ବୈଠକ କଲି।“

wp:html /wp:html

ତେବେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲେ ବି ବିମାନବନ୍ଦର ନୂଆ ନାମକରଣ କେବେ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ନୂଆ ନାମକରଣ ହେଲେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଲୋକେ ସହିଦ ଭଗନ୍ତ ସିଂହ ବିମାନବନ୍ଦର ବୋଲି ଜାଣିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.