Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ଚଣ୍ଡିଗଡ଼ ବିମାନ ବନ୍ଦର ହେଲା ସହିଦ ଭଗତ ସିଂହ ଅନ୍ତ୍ରର୍ଜାତୀୟ ବିମାନବନ୍ଦର

28/09/2022 at 4:36 PM

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଶେଷରେ ସହିଦ ଭଗତ ସିଂହଙ୍କ ନାଁରେ ନାମିତ ହୋଇଛି ଚଣ୍ଡିଗଡ଼ ଅନ୍ତ୍ରର୍ଜାତୀୟ ବିମାନବନ୍ଦର। ଭଗତ ସିଂହଙ୍କ ୧୧୫ ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ବୁଧବାର ବିମାନ ବନ୍ଦରର ନାଁ ପରିବର୍ତ୍ତନ କରାଯାଇଛି। ଆଜି ଠାରୁ ଚଣ୍ଡିଗଡ଼ ଅନ୍ତ୍ରର୍ଜାତୀୟ ବିମାନବନ୍ଦର ସହିଦ ଭଗତ ସିଂହ ଅନ୍ତ୍ରର୍ଜାତୀୟ ବିମାନବନ୍ଦର ନାଁରେ ପରିଚିତ ହେବ।

ଚଣ୍ଡିଗଡ଼ ବିମାନ ବନ୍ଦରରକୁ ସହିଦ ଭଗତ ସିଂହଙ୍କ ନାଁରେ ନାମିତ କରିବା ପାଇଁ ଆପ୍ ମୁଖ୍ୟମନ୍ତ୍ରୀ ଭଗୱତ ସିଂହ ମାନ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ଦୁଇ ରାଜ୍ୟର ସହମତି ହେବା ପରେ ଗତ ଥର ମନ୍‌ କି ବାତ୍‌ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଥିଲେ

ଆଜି ସୂଚନା ମୁତାବାକ ବିମାନ ବନ୍ଦରର ନାଁ ପରିବର୍ତ୍ତନ କରାଯାଇଛି। ବିମାନବନ୍ଦରରେ ଲେଖା ପରିବର୍ତ୍ତନ କରିବା ସହ ହୋର୍ଡିଂ ଲଗାଇ ଲେଖାଯାଇଛି ସହିଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦର।

   Related Posts