ଚଣ୍ଡି ମନ୍ଦିର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ କମିଟି ଗଠନ, ଜମି ହରାଇଥିବା ଲୋକଙ୍କୁ ମିଳିବ ସମାନ ମୂଲ୍ୟ

Published By : Prameya-News7 Bureau | June 06, 2022 IST

କଟକ ୦୬।୦୬ : କଟକ ଚଣ୍ଡି ମନ୍ଦିର ସମନ୍ଵିତ ପ୍ରକଳ୍ପ ଯୋଜନା କାମ ତ୍ଵରାନ୍ଵିତ କରିବା ପାଇଁ ଗଠନ ହେଲା ପ୍ରକଳ୍ପ କାର୍ଯ୍ୟକାରୀ କମିଟି। ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ପ୍ରକଳ୍ପ ଯୋଗୁଁ ଯଦି କୌଣସି ବ୍ୟକ୍ତି ରୋଜଗାର ହରାଏ ତେବେ ତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ଜମି ହରାଉଥିବା ଵ୍ୟକ୍ତିଙ୍କୁ ଜିନିଷ ପରିଵହନ ପାଇଁ ୧ଲକ୍ଷ ଟଙ୍କା ମିଳିବ।

ସେହିପରି ସରକାରୀ ଜାଗାରେ ଥିବା କୋଠା ପାଇଁ ମିଳିବ ୨ଲକ୍ଷ ୩୭ହଜାର ଟଙ୍କା। ଜିନିଷ ପରିଵହନ ପାଇଁ ମିଳିବ ୫୦ହଜାର ଟଙ୍କା। ସ୍ଵୀକୃତିପ୍ରାପ୍ତ ଵ୍ୟଵସାୟିକ ପ୍ରତିଷ୍ଠାନ ପାଇଁ ୧ଲକ୍ଷ ଟଙ୍କା ସହାୟତା ଦେଵେ ମନ୍ଦିର କର୍ତ୍ତୃପକ୍ଷ। ପ୍ରକଳ୍ପ କାମ ସରିବା ପରେ ସ୍ଵୀକୃତିପ୍ରାପ୍ତ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇ ଦିଆଯିଵI ଦୋକାନ ଘର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ଥିବା ଧର୍ମପୀଠକୁ ମିଳିବ ୧ଲକ୍ଷ ଟଙ୍କା I ତେବେ ଶୈଳଵାଳା ମହିଳା କଲେଜର ସରକାରୀ ଜାଗା ପ୍ରକଳ୍ପ କାମ ପାଇଁ ଵ୍ୟଵହାର ହେଵ। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.