AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ଦୁଇ ବର୍ଷ ପରେ ଚମକିବ ସିଲଭର ସିଟି, ଦୂର୍ଗାପୂଜା ଲାଗି ଚାଲିଲାଣି ପ୍ରସ୍ତୁତି

6/09/2022 at 3:10 PM

କଟକ ୦୬/୦୯: ଦୁଇ ବର୍ଷ ପରେ ଚଳିତ ବର୍ଷ ଆଡମ୍ବରରେ ହେବ ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଏବେଠାରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ ମୂର୍ତ୍ତି ତିଆରି ଆରମ୍ଭ ହେବ ବୋଲି କହିଛନ୍ତି ପୂଜା କମିଟି ।

ଝଲସିବ କଟକ ସହର ଓ ସୁନା ଚାନ୍ଦି ଅଳଙ୍କାରରେ ଚମକିବେ ମା । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଜାଜଜମକରେ ହେବ ଦଶହରା । ସେଥିପାଇଁ ପ୍ରସ୍ତୁତିରେ ଲାଗି ପଡିଲେଣି ପୂଜା କମିଟି। ଚାନ୍ଦି ମେଢ କରୁଥିବା ମଣ୍ଡପରେ ଆରମ୍ଭ ହେଲାଣି ମାଙ୍କ ଚାନ୍ଦି ସଫା ଓ ପଲିସ କାମ। ସଫାସଫି କାମ ପାଇଁ ପନ୍ଦର ଦିନ ଲାଗୁଥିବାରୁ ପ୍ରଥମେ ଚାନ୍ଦି ସଫା କାମ କରାଯାଏ। ଏହା ପରେ ଆରମ୍ଭ ହୁଏ ମାଙ୍କ ମୂର୍ତ୍ତି ଗଢା ।

ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ଚାନ୍ଦି ସଫେଇ କାମରେ ଲାଗିଛନ୍ତି ପ୍ରାୟ ଛଅ ଜଣ କାରିଗର । ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ସେଥିପାଇଁ ଦିନରାତି ଏକ କରି ଚାନ୍ଦି ସଫେଇ କରିବା ସହ ପଲିସ କରୁଛନ୍ତି । ଗୋଟିଏ ଚାନ୍ଦି ମେଢ ସଫା କରିବା ଓ ପଲିସ କରିବାକୁ କାରିଗର ମାନେ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଉଥିବା କହିଛନ୍ତି ପୂଜା କମିଟି ସମ୍ପାଦକ।

କେବଳ ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ନୁହେଁ , ଖାନନଗର ପୂଜା କମିଟି ପକ୍ଷରୁ ମଧ୍ୟ ଜୋରଦାର ଚାଲିଛି ଚାନ୍ଦି ସଫେଇ କାମ । ମାଆଙ୍କ ପୂଜାକୁ ଆଉ ମାସେରୁ କମ ସମୟ ବାକି ରହିଲା । ଦୁଇ ବର୍ଷ ହେଲାଣି ମାଆଙ୍କ ଚାନ୍ଦି ମେଢ ଲାଗି ନଥିବାରୁ ଦୁଇ ବର୍ଷର କାମ କରିବାକୁ ପଡୁଛି। କାରିଗରମାନେ ମଧ୍ୟ ବେଶ ଉତ୍ସାହର ସହ ସମସ୍ତ କାମ କରୁଥିବା ଖାନନଗର ପୂଜା କମିଟି ସମ୍ପାଦକ।

   Related Posts