suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୂର୍ବଶତ୍ରୁତାକୁ ନେଇ ବୋମାମାଡ଼, ଗାଁରେ ଭୟର ବାତାବରଣ

1/11/2020 at 11:12 AM

ଚାନ୍ଦବାଲି ୦୧ । ୧୧ : ଚାନ୍ଦବାଲି  ବ୍ଲକ ମାଧପୁର ପଞ୍ଚାୟତ କୁଣ୍ଡିଆ ସାହି ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୁତାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ତେବେ ବୋମାମଡ଼ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଜଣପାଡିଛି । ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ. ଏକ ନୟନଜୋର ନିଲାମକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହାପରେ ଉଭୟ ପକ୍ଷ ଟେକା ପଥର ମାଡ଼ ଜାରି ରହିଥିଲା । ଏହା ପରେ ଆଜି ବୋମା ମାଡ଼ କରାଯାଇଛି । ଏହି ବୋମା ମାଡ଼ରେ ଜଣେ ବ୍ୟକ୍ତି ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସମ୍ପର୍କରେ  ଖବର ପାଇ ପୋଲିସ ଗଁ।ରେ ପହଁଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି । 

   Related Posts