ଓଲଟିଲା ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌, ଜବତ ବେଳେ ପୋଲିସକୁ ଆକ୍ରମଣ

Published By : Prameya-News7 Bureau | May 18, 2023 IST

ଚାନ୍ଦବାଲି ୧୮।୦୫ : ଓଲଟିଲା ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ । ଗାଡି ଜବତ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ କଲେ ମାଫିଆ । ଭଦ୍ରକ ଚାନ୍ଦବାଲି ଥାନା ମତୋ ମେଡିକାଲ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି ।

{"id":788101,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଚାନ୍ଦବାଲି ଥାନା ମତୋ ମେଡିକାଲରେ ନିକଟରେ ଓଲଟି ପଡିଥିଲା ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ । ତେବେ ଗାଡି ଜବତ କରିବାକୁ ଯାଇଥିବା ମତୋ ଫାଣ୍ଡି ଅଧିକାରୀଙ୍କ ଉପରକୁ ଢେଲା ମାରିଥିଲେ କୋଇଲା ମାଫିଆ । ଏଥିରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଆହତ ହୋଇଛନ୍ତି। ଡ୍ରାଇଭରକୁ ଘଟଣାସ୍ଥଳରୁ ଗିରଫ କରିଛି ମତୋଫାଣ୍ଡି ପୋଲିସ ।

{"id":788103,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.