ଧସିଲା ୧୦୦ ଫୁଟର ପଥର ନଦୀବନ୍ଧ, ଗ୍ରାମବାସୀ ଭୟଭୀତ
8/01/2023 at 11:19 AM

ଚାନ୍ଦବାଲି ୦୮।୦୧ : ଭଦ୍ରକ ଚାନ୍ଦବାଲିରେ ମରାମତି ବେଳେ ସାଳନ୍ଦୀନଦୀକୁ ଧସିଲା ୧୦୦ଫୁଟର ପଥର ନଦୀବନ୍ଧ। କୁମ୍ଭୀର ଭୟରେ ନଦୀପଠାରେ ଜାଲ ଘେରାଇଲେ ଗାଁ ଲୋକ।

ଚାନ୍ଦବାଲି ଶୀତଳପୁର ଗାଁ ନିକଟରେ ଗତକିଛି ବର୍ଷ ହେବ ସାଳନ୍ଦୀନଦୀ ତାର ଗତିପଥ ବଦଳାଇବାରୁ ଗାଁକୁ ସୁରକ୍ଷା ଦେଉଥିବା ନଦୀବନ୍ଧ ନଷ୍ଟ ହୋଇଯାଇଥିଲା। ନଦୀକୂଳିଆଙ୍କୁ ସୁରକ୍ଷା ଦେବା ଲାଗି ଜଳସେଚନ ବିଭାଗ ବାଲିବସ୍ତା ଓ କାଠ ବଲା ଦେଇ ପ୍ଯାକିଂ କରିଥିଲା । ତେବେ ଅସ୍ଥାୟୀ ବନ୍ଧ ବନ୍ୟାରେ ଧୋଇଯିବାରୁ ଏବେ ପଥର ପ୍ୟାକିଂ କରାଯାଉଥିଲା। ଶନିବାର ରାତିରେ ପାଖାପାଖି ୧୦୦ଫୁଟ ନଦୀବନ୍ଧ ଧସିବା ସହ ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023
ବିବାଦର ହେଲା ଆପୋଷ ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ୍
30 January 2023