ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ

Published By : Prameya-News7 Bureau | August 14, 2022 IST

ଚାନ୍ଦବାଲି,୧୪/୮ :ଏବେ  ବଢିପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳର ୨୦ଟି ଗାଁ ଏବେ ବନ୍ୟା ଘେରରେ ରହିଛି   । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ  ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି। ଫଳରେ ନଦୀକୂଳିଆଙ୍କ ଯାତାୟତରେ ଡଙ୍ଗା ପାଲଟିଛି ସାହାଭରସା ।

ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ଉପରମୁଣ୍ଡରେ ବୃଦ୍ଧି ପାଇଥିବାରୁ ତଳମୁଣ୍ଡରେ ବନ୍ୟାପରିସ୍ଥିତି ଉଦବେଗଜନକ ହୋଇପଡିଛି। ଫଳରେ  ଚାଷଜମି ଜଳମଗ୍ନ ହୋଇପଡିବା ସହ ଏକର ଏକର ଧାନତଳି କ୍ଷେତରେ ଲହଡି ଭାଙ୍ଗୁଛି ଗୋଳିଆ ପାଣି। ଲଘୁଚାପ ପ୍ରଭାବରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି।

ଏବେ ସୁଧା ବର୍ଷା ଲାଗି ରହିଥିବାରୁ ନଦୀରେ ଯଦି ପାଣି ବଢେ ତାହାଲେ ଦୁର୍ବଳ  ଥିବା ନଦୀବନ୍ଧର ଘାଇ ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏପରିକି କେତକ ସ୍ଥାନରେ ନଦୀବନ୍ଧ ଅତି ଦୃବଳ ରହିଥିବାରୁ ବୈତରଣୀ କୂଳ ଲଂଘି ଜନବସତି ମାଡିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.