Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହାଭାରତରେ ବି ଚନ୍ଦନ ଯାତ୍ରାର ବର୍ଣ୍ଣନା ଅଛି !

12/05/2018 at 10:35 AM

ମହାଭାରତ ଯୁଗରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ବର୍ଣ୍ଣନା ରହିଛି ।
ଅଜ୍ଞାତ ବାସରେ ଥିବା ପାଣ୍ଡବ ମାନଙ୍କ ପରିଚୟ ପାଇ ବିରାଟ ରାଜା ସେମାନଙ୍କୁ କୃଷ୍ଣ ବଳରାମଙ୍କ ଦର୍ଶନ କରାଇ ଦେବା ପାଇଁ ଅନୁରୋଧ କରିଥିଲେ ।
କୃଷ୍ଣ ବଳରାମଙ୍କ ଦର୍ଶନ ନିମନ୍ତେ ବିରାଟ ରାଜା, ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ସରୋବରରେ ଏକ ଉତ୍ସବର ଆୟୋଜନ କରିଥିଲେ । ଏହି ଉତ୍ସବର ନାମ ରଖା ଯାଇଥିଲା ବିରାଟ ଉତ୍ସବ ।
ବିରଟ ଉତ୍ସବ ନିମନ୍ତେ ବିରାଟ ସରୋବରରେ ଏକ ଜଳକେଳି ମଣ୍ଡପ ନିର୍ମାଣ କରା ଯାଇଥିଲା ।
ଗ୍ରୀଷ୍ମ କାଳିନ ଏହି ମିଳନ କାର୍ଯ୍ୟକ୍ରମକୁ ଶୀତଳତାରେ ଭରିଦେବା ପାଇଁ ଗନ୍ଧ, ଚନ୍ଦନ, ଶୀତଳ ମଣୋହି, ଫୁଲ ଓ ବିବିଧ ଶୀତଳ ଫଳ ସହିତ ଜଳକେଳି, ନାବକେଳିର ଆୟୋଜନ କରା ଯାଇଥିଲା ।
ଜ୍ୟୋଷ୍ଠ ପାଣ୍ଡବଙ୍କ ପ୍ରାର୍ଥନାରେ ପରମେଶ୍ବର ଶ୍ରୀକୃଷ୍ଣ ବଳରାମଙ୍କ ସାଙ୍ଗରେ ବିରାଟ ରାଜାଙ୍କ ଦ୍ବାରା ଆୟୋଜିତ ବିରାଟ ଉତ୍ସବରେ ଯୋଗଦାନ କରିଥିଲେ ।
ଏହି ଉତ୍ସବକୁ ସ୍ମରଣ ରଖିବା ନିମନ୍ତେ  ଶ୍ରୀକୃଷ୍ଣ ବଳରାମଙ୍କ ବିଗ୍ରହ ସହିତ ପଞ୍ଚୁ ପାଣ୍ଡବ ବା ପଞ୍ଚ ମହାଦେବଙ୍କୁ ନେଇ ଚନ୍ଦନ ଯାତ୍ରାର ଆୟୋଜନ ହୋଇ ଆସୁଛି ।

Leave a Reply

   Related Posts