ପଇଡ ବୋଝେଇ ଟ୍ରକରୁ ରକ୍ତଚନ୍ଦନ କାଠ ଜବତ, ତିନି ଗିରଫ

Published By : Prameya-News7 Bureau | November 17, 2019 IST

ଗଜପତି ୧୭।୧୧: ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରାୟଣପୁର ରେଞ୍ଜ ନିକଟରୁ ରକ୍ତଚନ୍ଦନ କାଠ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଜବତ କାଠର ଓଜନ ୨୦୦କିଲୋ ହେବ ବୋଲି ଅନୁମାନ କରଯାଉଛି । ଜବତ କାଠର ଆନୁମାନିକ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନାରାୟନପୁର ରେଞ୍ଜ ଅଫିସର ସୂଚନା ଦେଇଛନ୍ତି । ଏହି ରକ୍ତଚାନ୍ଦନ କାଠ ଗୋଶାଣୀ ବ୍ଲକ ଲାବନ୍ୟ ଗଡଗାଁରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଗିରଫ ତିନିଜଣ ହେଲେ ଗୁଆଲିଅରର ପ୍ରକାଶ ଯାଦବ, ଅଭିଷେକ ମାଝୀ,ଏବଂ ଉତ୍ତରପ୍ରଦେଶର ମହମଦ ଆସିଫ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.