ହତ୍ୟାକାରୀ ମିଥୁନ ଜେନା ଗିରଫ, ଘୁଗୁନି ପାଇଁ ମହିଳାଙ୍କୁ ଛୁରୀ ଭୁସି କରିଥିଲା ହତ୍ୟା

Published By : Prameya-News7 Bureau | December 01, 2023 IST

ବାରଙ୍ଗ ୧।୧୨: ଭୁବନେଶ୍ବର ଗୋଠପାଟଣା ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ଚନ୍ଦକା ଥାନା ପୋଲିସ । ଗିରଫ ହେଲା ହତ୍ୟାକାରୀ ମିଥୁନ ଜେନା । ମହିଳାଙ୍କୁ ଛୁରୀ ଭୁସି କରିଥିଲେ ହତ୍ୟା ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ଚହଳ ସୃଷ୍ଟି କରିଥିବା ସସ୍ମିତା ବେହେରା ହତ୍ୟାକାଣ୍ଡରେ ଚନ୍ଦକା ଥାନା ପୋଲିସକୁ ସଫଳତା ମିଳିଛି । ଗତ ନଭେମ୍ବର ମାସ ୬ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ମାରାଥନ୍ ତଦନ୍ତ ପରେ ସ୍ଥାନୀୟ ଅଞ୍ଚଳର ମିଥୁନ ଜେନାକୁ ପୋଲିସ ଗିରଫ କରିଛି । ମିଥୁନ ଘୁଗୁନି ଖାଇବାକୁ ଆସିଥିବା ବେଳେ ବାରମ୍ବାର ଘୁଗୁନି ମାଗି ଖାଇବାକୁ ନେଇ ସସ୍ମିତା ଏବଂ ମିଥୁନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମନରେ ରାଗ ରଖିଥିବା ମିଥୁନ ଗତ ୬ ତାରିଖରେ ଆସି ସସ୍ମିତାଙ୍କୁ ଛୁରୀ ଭୁସି ଦେଇଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ୭ ତାରିଖ ଦିନ ମୃତ୍ୟୁ ଘଟିଥିଲା ।

You Can Read :

wp:embed {"url":"https://www.prameyanews7.com/2-minor-death-due-to-drowning-at-atahamalik/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2-minor-death-due-to-drowning-at-atahamalik/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.