ସାତକୋଶିଆ ଯିବେ ଚନ୍ଦକା ହାତୀ ; ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ବିଶେଷଜ୍ଞଙ୍କୁ ସହାୟତା କରିବେ ସ୍ବତନ୍ତ୍ର ତାଲିମ ନେଇଥିବା ହାତୀ

Published By : Prameya-News7 Bureau | November 02, 2018 IST

ଅନୁଗୋଳ ୨|୧୧:   ସାତକୋଶିଆ ଯିବେ ଚନ୍ଦକା ହାତୀ । ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ମଧ୍ୟପ୍ରଦେଶରୁ ଆସିଥିବା ସ୍ବତନ୍ତ୍ର ବିଶେଷଜ୍ଞ, ହାତୀ ସାହାଯ୍ୟରେ ଜଙ୍ଗଲ ବୁଲିବେ । ହାତୀବାରିରେ ଥିବା ଦୁଇ ହାତୀ ନନ୍ଦ ଓ ଯଶୋଦାଙ୍କୁ ଆଜି ସାତକୋଶିଆ ନିଆଯିବ ବୋଲି ଜଣାପଡ଼ିଛି । ସାତକୋଶିଆରେ ସୁନ୍ଦରୀକୁ ଛଡ଼ାଯିବା ପରଠାରୁ ସେ ଆତଙ୍କ ସୃଷ୍ଟି କରିଛି । ସେ ମଣିଷ ଶିକାର ପରିଥିବା ଭଳି ଅଭିଯୋଗ ମଧ୍ୟ ଆସିଛି । ଯେଉଁଥି ପାଇଁ ତାକୁ ଟ୍ରାଙ୍କୁ ଲାଇଜ କରିବାକୁ ଯୋଜନା କରିଛି ବନବିଭାଗ । ତେବେ ରାଜ୍ୟରେ ଥିବା ବିଶେଷଜ୍ଞ ତାକୁ ଟ୍ରାଙ୍କୁ ଲାଇଜ କରିବାରେ ବିଫଳ ହୋଇଛନ୍ତି । ତେଣୁ ମଧ୍ୟପ୍ରଦେଶରୁ ଆସିଛନ୍ତି ଏକ ସ୍ବତନ୍ତ୍ର ଟିମ୍  । ତେବେ ଜଙ୍ଗଲୀରାସ୍ତା ଠିକ୍  ନଥିବାରୁ ତାଙ୍କୁ ଜଙ୍ଗଲ ଭିତରେ ଚଳପ୍ରଚଳ କରିବାରେ ଅସୁବିଧା ହେଉଛି । ତେଣୁ ହାତୀ ସାହାଯ୍ୟରେ ଜଙ୍ଗଲରେ ସୁନ୍ଦରୀକୁ ଖୋଜିବା ପାଇଁ ନିଷ୍ପତି ନିଆଯାଇଛି । ହାତୀବାରୀରେ ଥିବା ନନ୍ଦ ଓ ଯଶୋଦା କୁମ୍ପି ଟ୍ରେନିଂ ନେଇଛନ୍ତି । ତେଣୁ  ସୁନ୍ଦରୀକୁ ଖୋଜିବାରେ ସେମାନେ ବିଶେଷ ସହାୟତା କରିବେ । ଅତୀତରେ  ଆତଙ୍କ ଖେଳାଇଥିବା ହାତୀ ମାକେନାକୁ ଟ୍ରାଙ୍କୁଲାଇଜ କରିବାରେ ସହାୟତା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.