ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଡିଓ ସାଜିଲେ ଶ୍ରମିକ

Published By : Prameya-News7 Bureau | March 01, 2020 IST

ଉମରକୋଟ ୧।୩: ଭାଇରାଲ ହେଉଛି ବିଡିଓଙ୍କ ଶ୍ରମିକ ସାଜିଥିବା ଭିଡିଓ । ଅସମ୍ପୂର୍ଣ୍ଣ  ଭାବରେ ଛାଡି ଥିବା  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ ସାଜିଲେ ଶ୍ରମିକ । ବିଡିଓ ଧର୍ମରାଜ ମାଝୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

{"id":231252,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜମାଦାରପଡା ପଞ୍ଚାୟତ ପିପଲପଡା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମକର ସୋରୀ ୨୦୧୯/୨୦ ଆର୍ଥିକ ବର୍ଷରେ ଘର ପାଇଥିଲେ । ସେ ମୂଳଦୁଆଠାରୁ ଛାତ ଉଠିବା ପର୍ଯ୍ୟନ୍ତ କାମ କରି ଛାଡି ଦେଇଥିଲେ । ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ୍ ଏବଂ ପଞ୍ଚାୟତ ତରଫରୁ ତାଙ୍କୁ  ବାରମ୍ବାର କୁହାଯାଉଥିଲେ ମଧ୍ୟ ସେ କୁଲି ମିସ୍ତ୍ରୀ  ନମିଳିବା କହି କଥାକୁ ଏଡାଇ ଚାଲିଥିଲେ ।

{"id":231253,"sizeSlug":"large"}

ଫଳରେ ଆଜି ବିଡିଓ ଧର୍ମରାଜ ମାଝୀ ପିପଳପଡା ଜାଇ ପିଇଓ ଲଛମନ ନିଆଳି ଏବଂ ଯୋଗାଣ ସହାୟକଙ୍କ ସହିତ ନିଜେ ହାତରେ ଘମେଲା ଧରି ଶ୍ରମିକଙ୍କ ପରି କାମ କରିଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ପକ୍କା ଗୃହ ସୁନିଶ୍ଚିତ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଥିବା ବେଳେ କିନ୍ତୁ କିଛି ହିତାଧିକାରୀ  ଗୃହ ନିର୍ମାଣ ନକରି  ତା  ପୂର୍ବରୁ ଗୃହ ନିର୍ମାଣ ବାବଦର ବିଲ  ଉଠାଇ ଗୃହ ନିର୍ମାଣ ନ କରି ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦେଉଛନ୍ତି । ଗୃହ ନିର୍ମାଣ ପାଇଁ ପ୍ରଶାସନ ତରଫରୁ ଯେତେ ବୁଝାଇଲେ ମଧ୍ୟ କୌଣସି ହିତାଧିକାରୀ କର୍ଣ୍ଣପାତ କରୁନଥିବାରୁ  ବିଡିଓ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ  ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.