ବିପଦରେ ସାହାହେଲେ ପୁଅ ଘର ଲୋକ, ଦେଖାଇଲେ ମାନବିକତା: ସର୍ବସ୍ୱ ହରାଇଥିବା ପରିବାରକୁ ଦେଲେ ସାହାରା

Published By : Prameya-News7 Bureau | February 27, 2024 IST

ଚାନ୍ଦବାଲୀ ୨୭/୦୨: ବିପଦେ ଯିଏ ସାହା, ସେ ହି ପ୍ରକୃତ ବନ୍ଧୁ । ଅର୍ଥାତ୍ ଅସୁବିଧାରେ ଯିଏ କାନ୍ଧ ଦିଏ ସେ ଭଗବାନ ସଦୃଶ । ଏକଥା ହୁଏତ ଆମେ ଟିଭି ପରଦାରେ ଦେଖିଛେ । ଅନେକ ଫିଲ୍ମ ସହ ସିରିଏଲର ଦେଖାଯାଏ ଏମିତି କାହାଣୀ । ହେଲେ ପ୍ରକୃତ ଜୀବନରେ ଏମିତି ହେବା ଅସମ୍ଭବ ସଦୃଶ । କିନ୍ତୁ ବାସ୍ତବରେ ଘଟିଛି ଏମିତି କିଛି । ଜଣେ ସର୍ବସ୍ୱ ହରାଇଥିବା ବନ୍ଧୁଙ୍କୁ ଆଉ ଗୋଟିଏ ବନ୍ଧୁ କରିଛି ସାହାଯ୍ୟ । ଖାଲି ହାତରେ ଶାଢୀ ଖଣ୍ଡିଏ ପିନ୍ଧାଇ ବୋହୂ କରିନେଇଛନ୍ତି ପୁଅ ଘର ଲୋକ । ଚାନ୍ଦବାଲିରେ ଘଟିଥିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ।

ପୋଡା ପାଉଁଶ ତଳେ ଥିଲା ଆଶା, ଖୁସି ଓ ସ୍ୱପ୍ନ । ଆଶାରେ ରହିଯାଇଥିଲା ସବୁ କିଛି । କାରଣ ଝିଅ ବାହାଘର ପୂର୍ବଦିନ ଘରେ ଲାଗିଗଲା ନିଆଁ । ଆଉ ନିଆଁର ଆଁରେ ପୋଡିଯାଇଥିଲା ସାଇତା ଜିନିଷ । ଟଙ୍କା ସୁନା, ଲୁଗାପଟା ସବୁ କିଛି ହୋଇଯାଇଥିଲା ସ୍ୱାହା । ଲାଗୁଥିଲା ଯେମିତି ଭାଙ୍ଗିଯିବ ବାହାଘର, ଝିଅ ରହିଯିବ ଅଭିଆଡି । ମନକୁ ଆସୁଥିଲା କାଳେ ପୋଡ଼ାଘର ଦେଖି ମୁହଁ ବୁଲାଇନେବେ ପୁଅଘର । ହେଲେ ପାଉଁଶତଳୁ ଆସିଲା ଆଶ୍ବାସନାର ବାଣୀ । ବାହାଘର ଅଟକିବନି ବୋଲି କହିଥିଲା ପୁଅ । ଆଉ ସେହି ଦର ପୋଡ଼ା ଘର ପିଣ୍ଡାରେ ଚାଲିଛି ବିବାହ ପ୍ରସ୍ତୁତି । କାନ୍ଦ ବୋବାଳି ଭିତରୁ ଶୁଭିଛି ହୁଳହୁଳି ।

wp:html /wp:html

ଉତୁକୁଡା ଗାଁର ରବୀନ୍ଦ୍ର ରାଉତଙ୍କ ଝିଅ ହୀରାମଣିଙ୍କ ବାହାଘର ଚାନ୍ଦବାଲି NAC ୯ ନମ୍ବର ୱାର୍ଡର ଅକ୍ଷୟ ନାୟକଙ୍କ ପୁଅ ଦିଲ୍ଲୀପ ନାୟକଙ୍କ ସହ ସ୍ଥିର ହୋଇଥିଲା । ଫେବ୍ରୁଆରୀ ୨୧ ତାରିଖରେ ହୋଇଥାନ୍ତା ବାହାଘର । ହେଲେ ୨୦ ତାରିଖ ରାତିରେ ଘରେ ନିଆଁ ଲାଗିଗଲା । ରବୀନ୍ଦ୍ର ରଖିଥିବା ବର୍ଷ ବର୍ଷର  ଜିନିଷ ହୋଇଯାଇଥିଲା ପାଉଁଶ । ପିନ୍ଧାଲୁଗାକୁ ଛାଡି ଦେଇ ସବୁ ଜଳିଗଲା । ପୋଡ଼ା ଦୁନିଆରୁ  ଝିଅର ପିଲିସଜକୁ ଦରାଣ୍ଡି ଦେଖିବା ବେଳକୁ । ଘରେ ପହଞ୍ଚିଲେ ଝିଅର ଶଶୁରଘରେ ଲୋକେ। ସମୁଦି ଏସମୟରେ ବନ୍ଧୁ ଯଦି ଠିଆ ନ ହେବ କିଏ ହବ। ବାହାଘର ହେବ ବୋଲି ଆଶ୍ବାସନା ଦେଲେ।

ଦରପୋଡା ଘରେ ଯେଉଁଠି ରହିବା ଅସମ୍ଭବ, ଆଜି ଘରୁ ଉଠୁଛି ପାଲିଙ୍କି । ଗୋଟିଏ ପଟେ ସର୍ବସ୍ୱ ହରାଇବାର ଦୁଃଖ ତ ଆଉ ଗୋଟିଏ ପଟେ ଝିଅକୁ ପରଘରକୁ ପଠାଇବାର ଖୁସି । ଦୁଃଖ ସୁଃଖର ନିଆରା  କାହାଣୀ ଅନ୍ୟମାନଙ୍କ ପ୍ରେରଣା ନିଶ୍ଚୟ ।

you can also read...

wp:embed {"url":"https://www.prameyanews7.com/akash-deep-dream-debut-against-england-ranchi-ind-vs-eng-4th-test/","type":"wp-embed","providerNameSlug":"prameya-news-7"}
https://www.prameyanews7.com/akash-deep-dream-debut-against-england-ranchi-ind-vs-eng-4th-test/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.