ଟ୍ରେନରୁ ପଡି ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

Published By : Prameya-News7 Bureau | June 28, 2019 IST

ଚାନ୍ଦବାଲି ୨୮|୬: ଚାନ୍ଦବାଲି (ଏନଏ ସି) ସୋମପୁର ଓ୍ବାର୍ଡର ସନତ କୁମାର ଦାସଙ୍କ ଝିଅ ସଂଯୁକ୍ତାରାଣୀ ଦାସ ଟ୍ରେନ୍ ରେ ଭୁବନେଶ୍ବରରୁ ଭଦ୍ରକ ଫେରୁଥିବା ସମୟରେ ବାରଙ୍ଗ ଷ୍ଟେସନ ନିକଟରେ ଟ୍ରେନରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ହେବା ପରେ ବାରଙ୍ଗ ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା କରିବା ସହ କଟକ ଏସିବିରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ଶବ ହସ୍ତାନ୍ତର କରିଛି ।

ମୃତ ଛାତ୍ରୀ ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଇଂଜିନିୟରିଂ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଛାତ୍ରୀଙ୍କ ମୃତ୍ୟୁ ହେବାରୁ ଏହି ଘଟଣାକୁ ନେଇ ମୃତ ଛାତ୍ରୀର ପରିବାର ଲୋକେ ଛାତ୍ରୀଙ୍କୁ କେହି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣି ଭୁବନେଶ୍ବର ଓ ବାରଙ୍ଗ ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ମୃତ୍ୟୁର ସଠିକ୍ କାରଣ ଖୋଜି ବାହାର କରିବା ପାଇଁ ଦାବି କରିଛନ୍ତି । ଏପଟେ ଛାତ୍ରୀଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.