୩ ଦିନିଆ CBI ହେପାଜତକୁ ଗଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ

Published By : Prameya-News7 Bureau | December 24, 2022 IST

ମୁମ୍ବାଇ ୨୪।୧୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶନିବାର କୋର୍ଟ ୩ ଦିନ ଲାଗି ସିବିଆଇ  ହେପାଜତକୁ ପଠାଇ ଦେଇଛନ୍ତି। ଭିଡିଓକୋନ-ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ସେମାନଙ୍କୁ ଶୁକ୍ରବାର ଗିରଫ କରିଥିଲା। ଶନିବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସିବିଆଇ ୩ ଦିନ ନିମନ୍ତେ ସେମାନଙ୍କ କଷ୍ଟଡି ଦାବି କରିଥିଲା।

କୁହାଯାଉଛି ସିବିଆଇ ଚନ୍ଦା ଓ ଦୀପକ କୋଚରଙ୍କ ସମେତ ଭିଡିଓକୋନ ସମୂହର ବେଣୁଗୋପାଲ ଧୂତଙ୍କୁ ମଧ୍ୟ ଗିରଫ କରିଛି। ଏହି ୩ହଜାର ୨୫୦ କୋଟି ଟଙ୍କାର ଋଣ ଠକେଇ ସମ୍ପର୍କିତ ମାମଲା । ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକୋନ ସମୂହଙ୍କୁ ଏହି ଋଣ ଦେବାରେ ଅନିୟମିତତା ଅବଲମ୍ବନ କରିଥିଲା। ଯେତେବେଳେ ଋଣ ଠକେଇ ହେଉଥିଲା ଚନ୍ଦା କୋଚର ସେତେବେଳେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିଲେ। ତେବେ ଫେବୃଆରୀ ୨୦୧୯ରେ ଯେତେବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲାରେ ମୋକଦ୍ଦମା ରୁଜୁ କଲେ ସେତେବେଳେ ଘଟଣା ସାମ୍ନାକୁ ଆସିଲା।

{"id":725069,"sizeSlug":"full","linkDestination":"none"}

ଇଡିଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଚନ୍ଦା କୋଚରଙ୍କ ବିରୋଧରେ ପାତରଅନ୍ତର ଓ ଭିଡିଓକୋନକୁ ଲାଭ ଦେଇଥିବାର ଅଭିଯୋଗ ରହିଛି। ଉଲ୍ଲେଖଯୋଗ୍ୟ ଯେ ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକୋନ ସମୂହକୁ ୧୮୭୫ କୋଟି ଟଙ୍କା ଋଣ ଦେଇଛି। ଏହି ଋଣ ବ୍ୟାଙ୍କ ୨୦୦୯ରୁ ୨୦୧୧ ମସିହା ମଧ୍ୟରେ ମଞ୍ଜୁର କରିଥିଲେ। ଏହା ଛଡା ନୂ ପାୱାର ରିନ୍ୱେବଲସ୍‌, ସୁପ୍ରିମ ଏନର୍ଜୀ, ଭିଡିଓକୋନ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ମଧ୍ୟ ଋଣ ଦିଆଯାଇଥିଲା। ସୂଚନା ମୁତାବକ ଏହି ଋଣ ନିୟମକୁ ଜଳାଞ୍ଜଳି ଦେଇ ମଞ୍ଜୁର କରାଯାଇଥିଲା। ଏପରିକି ଋଣ ଦିଆଯିବା କାଳରେ ଆଇସିଆଇସିଆଇ ବ୍ୟାଙ୍କର ଋଣନୀତି ପ୍ରତି ମଧ୍ୟ ଧ୍ୟାନ ଦିଆଯାଇନଥିଲା।

କିଛି ମାସ ପରେ ବେଣୁଗୋପାଲ ଧୂତଙ୍କ ସୁପ୍ରିମ ଏନର୍ଜୀ ନୂ ପାୱାର ରିନ୍ୱେବଲସ୍ କୁ ୬୪ କୋଟି ଟଙ୍କାର ଋଣ ଦେଇଥିଲା। ଏହି କମ୍ପାନୀରେ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ ୫୦ ପ୍ରତିଶତ ଅଂଶୀଦାରୀ ରହିଛି। ତଦନ୍ତରୁ ଜଣେ ଜଣକୁ ଲାଭ ଦେବା ପାଇଁ ଏହି ଋଣ ଦିଆଯାଇଥିବାର ଜଣା ପଡିଥିଲା। ୨୦୧୭ ମସିହାରେ ଭିଡିଓକନ ସମୂହକୁ ଦିଆଯାଇଥିବା ଲୋନ ଏନପିଏ ହୋଇଯାଇଥିଲା।

ଫୋର୍ବସ୍‌ ମ୍ୟାଗଜିନର ‘ବିଶ୍ୱର ଶକ୍ତିଶାଳୀ ମହିଳା’ଙ୍କ ସୂଚୀରେ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦାକୋଚରଙ୍କୁ ମଧ୍ୟ ସ୍ଥାନୀତ କରିଥିଲେ। ୧୯୮୪ ମସିହାରେ ଚନ୍ଦା କୋଚର ଜଣେ ଟ୍ରେନି ଭାବେ ଆଇସିଆଇସିଆଇ ବ୍ୟାଙ୍କରେ ଯୋଗ ଦେଇଥିବା ବେଳେ ୨୦୦୯ ମସିହାରେ ବ୍ୟାଙ୍କର ତାଙ୍କୁ ଏମଡି ସହିତ  ଶୀର୍ଷ ସିଇଓ ପଦବୀରେ ଅଧିଷ୍ଠିତ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.