ବାଲିକୁ ଯାଇ ନଥିଲେ କିନ୍ତୁ ମୋଦୀଙ୍କ ସହ ବନ୍ଧୁତା ପାଇଁ ନୂଆଦିଲ୍ଲୀ ଆସିବେ ପୁଟିନ !

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୨୩ ସେପ୍ଟେମ୍ୱରରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତର ଆସିବାର ପ୍ରବଳ ସମ୍ଭାବନା ରହିଛି । ରୁଷର ଜି-୨୦(ଶେରପା) ସ୍ୱେତଲାନା ଲୁକାସ କହିଛନ୍ତି ଯେ ପୁଟିନ ଭାରତ ଆସିବା ନେଇ ମୁଁ ପୂରା ଆଶବାଦୀ ଅଛି । ତେବେ କୌଣସି ମାମଲା ଉପରେ ଚୂଡାନ୍ତ ନିଷ୍ପତ୍ତି ସେ ହିଁ ନିଅନ୍ତି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ବାଲି ଜି-୨୦ ସମ୍ମିଳନୀରେ ପୁଟିନ ଯୋଗ ଦେଇ ନଥିଲେ। ନିଜ ସ୍ଥାନରେ ସେ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଇଣ୍ଡୋନେସିଆ ପଠାଇଥିଲେ।

ରୁଷର ଜି-୨୦ ଶେରପା ସ୍ୱେତଲାନା ଲୁକାସ କହିଛନ୍ତି ଯେ ମୁଁ ଆଶାବାଦୀ ଯେ ନିଶ୍ଚିତ ରୂପେ ରୁଷ ରାଷ୍ଟ୍ରପତି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । କିନ୍ତୁ କୌଣସି ବି ପ୍ରସଙ୍ଗରେ ସେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଅନ୍ତି । ଯେହେତୁ ପରବର୍ତ୍ତୀ ଶିଖର ସମ୍ମିଳନୀ ଆସନ୍ତା ବର୍ଷ ହେବ ତେଣୁ କିଛି କହିହେବନି । ବର୍ତ୍ତମାନ ସ୍ଥିତିରେ ମୋ ଦୃଷ୍ଟିକୋଣରୁ ଏହାର ସମ୍ଭାବନା ଅଧିକ ।     

ଡିସେମ୍ୱର ୧ରେ ଇଣ୍ଡୋନେସିଆ ଠାରୁ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିଥିଲା । ଇଣ୍ଡୋନେସିଆର ଜି-୨୦ ବୈଠକରେ ପୁଟିନ ସାମିଲ ହୋଇ ନଥିଲେ। ଉଲ୍ଲେଖଯୋଗ୍ୟ ଯେ ଜି-୨୦ ଦୁନିଆର ପ୍ରମୁଖ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାର ଏକ ବୃହତ ବେସରକାରୀ ମଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.