ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କ୍ୟାରେଣ୍ଟାଇନ୍‌ରେ ଜର୍ମାନୀ ଚାନ୍ସେଲର ଏଞ୍ଜେଲା , ଚିକିତ୍ସା କରିଥିବା ଡାକ୍ତର କରୋନା ପଜିଟିଭ ବାହାରିବା ପରେ ମାର୍କେଲଙ୍କ ପଦକ୍ଷେପ

23/03/2020 at 7:35 AM

ବର୍ଲିନ୍ ୨୩।୦୩: ସାରାବିଶ୍ବ ପାଇଁ ଚିନ୍ତାପାଲଟିଛି କରୋନା ଭାଇରସ । କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪ହଜାର ପାରି ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ପାରି ହୋଇସାରିଲାଣି । ୧୮୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି କରୋନ ଭୂତାଣୁ । କରୋନା ସତର୍କତା ଦେଖି ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ନିଜକୁ ହୋମଆଇସୋଲେସନ୍‌ରେ କିମ୍ବା କ୍ୟାରେଣ୍ଟାଇନ୍‌ରେ  ରଖୁଛନ୍ତି । ସେହିପରି ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମର୍କେଲ ନିଜକୁ ହୋମ କ୍ୟାରେଣ୍ଟାଇନ୍‌ରେ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମର୍କେଲଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇନାହିଁ ।

ରିପୋର୍ଟ ଅନୁସାରେ ଏଞ୍ଜେଲାଙ୍କୁ କିଛି ଦିନ ପୂର୍ବେ ଜଣେ ଡାକ୍ତର ନ୍ୟୁମୋକୋକାଲ ସଂକ୍ରମିତ ପାଇଁ ଭେକସିନ ଦେଇଥିଲେ । ଏହି ଡାକ୍ତର ପରେ କରୋନା ଭାଇରସରେ ପଜିଟିଭ ସଂକ୍ରମଣରେ ଥିବା ଜଣାପଡ଼ିଛି । ମର୍କେଲଙ୍କ ମୁଖପାତ୍ର କହିଛନ୍ତି ଯେ, ଚାନ୍ସେଲରଙ୍କ ରକ୍ତ ସ୍ୱାବ ନମୁନା ପରୀକ୍ଷା କରାଯିବ । ସେ ଏବେ ନିଜ ଘରୁ କାମ କରୁଛନ୍ତି ।

ଜର୍ମାନୀରେ ୨୪ ହଜାର ୮୦୬ ଜଣ କରୋନା ପଜିଟିଭ ଦେଖାଯାଇଛନ୍ତି ।  ଏବଂ ୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ୟୁରୋପ ଏବେ କରୋନା ଭାଇରସର ଗଡ଼ ପାଲଟିଛି । ଇଟାଲୀ, ସ୍ପେନ ଓ ଜର୍ମାନୀ ସବୁଠାରୁ ଅଧିକ ପ୍ରଭାବିତ ଦେଶର ତାଲିକାରେ ସାମିଲ ହୋଇଛି ।

   Related Posts