୧ କୋଟି ଟଙ୍କା ଜିତିବାର ସୁଯୋଗ ଦେବେ କେନ୍ଦ୍ର ସରକାର, କରିବାକୁ ହେବ ଏହି କାମ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ:  କେନ୍ଦ୍ର ସରକାର ବସ୍ତୁ ଏବଂ ସେବା କର ବା ଜିଏସଟିରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି। ଏବେ ସରକାର ଆଉ ଏକ ନୂତନ ଯୋଜନା ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଆପଣଙ୍କୁ ଏକ କୋଟି ଟଙ୍କାର ଲାଭ ମିଳିବ। ଏହି ଖାସ ଯୋଜନାକୁ ଏପ୍ରିଲ ୨୦୨୦ରେ ଆରମ୍ଭ କରାଯିବ ବୋଲି କୁହାଯାଉଛି।

{"id":231726,"width":763,"height":412,"sizeSlug":"large"}

ଜିଏସଟି ବ୍ୟବସ୍ଥାରେ ସୁଦ୍ଧାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଲଟେରି ବ୍ୟବସ୍ଥା ଆରମ୍ଭ କରିବାକୁ ଚାହୁଁଛନ୍ତି। ଏଥିରେ ପ୍ରତିମାସରେ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ କିଣାବିକା ହୋଇଥିବା ସମସ୍ତ ବିଲକୁ ଲକି ଡ୍ରରେ ସାମିଲ କରାଯିବ। ଏହି ଲଟେରିରେ ବିଜୟୀ ହୋଇଥିବା ଉପଭୋକ୍ତାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିପାରିବ।

ଏହି ଯୋଜନାରେ ସାମିଲ ହେବା ପାଇଁ ଉପଭୋକ୍ତା କୌଣସି ରସିଦ ବା ବିଲକୁ ସ୍କାନ୍ କରି ଅପଲୋଡ କରିବେ। ଏଥିପାଇଁ ଜିଏସଟି ନେଟଓ୍ୱର୍କ ଏକ ମୋବାଇଲ ଆପ୍ ବିକଶିତ କରୁଛି। ଏହି ଆପରେ ସମସ୍ତ ରସିଦକୁ ଅପଲୋଡ କରାଯିବ। ମାର୍ଚ୍ଚ ଶେଷ ସୁଦ୍ଧା ଆଣ୍ଡ୍ରୋଏଡ ଓ ଆପଲ୍ ୟୁଜରଙ୍କ ପାଇଁ ଏହି ଆପ ଉପଲବ୍ଧ ହେବ।

ସର୍ବ ପ୍ରଥମେ ଲଟେରିରେ ପ୍ରଥମ ବିଜେତାଙ୍କୁ ଚୟନ କରାଯିବ। ପ୍ରଥମ ବିଜେତାଙ୍କୁ ଅଧିକ ଅର୍ଥର ପୁରସ୍କାର ମିଳିବ। ଏହାପରେ ରାଜ୍ୟ ସ୍ତରରେ ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

{"id":231727,"width":759,"height":505,"sizeSlug":"large"}

ଜିଏସଟି ଚୋରି ରୋକିବାରେ ମିଳିବ ସହାୟତା

ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ. ଏହି ଯୋଜନାକୁ ନେଇ ଗ୍ରାହକ ଦୋକାନୀଙ୍କୁ ସମସ୍ତ କିଣାବିକା ପାଇଁ ରସିଦ ମାଗିବେ। ଯେଉଁଥିରେ ସରକାରଙ୍କୁ ଜିଏସଟି ଚୋରି ରୋକିବାରେ ସହାୟତା ମିଳିବ।  କମ କିମ୍ବା ଅଧିକ ମୂଲ୍ୟର ଯେକୌଣସି ରସିଦକୁ ଅପଲୋଡ କରାଯାଇପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.