LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୨୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି

30/03/2023 at 11:06 PM

ଭୁବନେଶ୍ୱର ୩୦/୦୩: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ କେତେକାଂଶ ସ୍ଥାନରେ କୁଆପଥର ବର୍ଷା ରେକର୍ଡ଼ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଘଡ଼ଘଡ଼ି, ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଏପ୍ରିଲ୍ ପହିଲା ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଥିବା ବେଳେ ଆସନ୍ତାକାଲି ସର୍ବାଧିକ ପ୍ରଭାବ ପଡ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୯ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ପାଣିପାଗ ବିଶେଷଜ୍ଞ, ବାୟୁ ମଣ୍ଡଳରେ ଶୁଷ୍କତା ବୃଦ୍ଧି ହେତୁ ବିଜୁଳି ଘଡଘଡିର ପରିମାଣ ବଢିଛି. ଗ୍ରୀଷ୍ମ ଦିନେ ବାୟୁମଣ୍ଡଳ ଆର୍ଦ୍ରତା ଓ ବଙ୍ଗୋପ ସାଗରରୁ ଜଳୀୟବାଷ୍ପ ପ୍ରବାହ ଏହି ଅସ୍ୱାବାଭିକ ଘଡଘଡି ପାଇଁ ଦାୟି। ଦୁଇ ଦିନ ଯାଏଁ ଏଭଳି ପାଗ ରହିବ। ବର୍ଷା ସାରା ରାଜ୍ୟକୁ ଘୋଡାଇ ରଖିବ। ଉପକୂଳ ଓ ଏହାର ନିକଟତର ଜିଲ୍ଲାଗୁଡ଼ିକରେ ଅଧିକ ବଜ୍ରପାତର ସମ୍ଭାବନା ରହିଛି।

ଗରମ ଜଳୀୟ ବାଷ୍ପ ଉପରକୁ ଉଠିଲା ବେଳେ ମେଘଖଣ୍ଡ ସହ ମାଡ଼ ହୋଇ ଏଭଳି ପରିବେଶ ସୃଷ୍ଟି ହେଉଛି। ତାପମାତ୍ରା ବିଶେଷ ହ୍ରାସ ହେଉନଥିଲେ ବି ବର୍ଷାର ପ୍ରକୋପ ରହୁଛି। ଆସନ୍ତା ତାରିଖ ୨ ବେଳକୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।

   Related Posts