krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ବଢିବ ବର୍ଷାର ପରିମାଣ

22/08/2023 at 3:38 PM

rain

ଭୁବନେଶ୍ବର ୨୨।୮: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ଆସନ୍ତା ୩ ଦିନ ଯାଏଁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବଢିବ । ୭-୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବ । ରାଜ୍ୟ ଉପରେ କୌଣସି ସିଷ୍ଟମ୍ ନଥିବା ବେଳେ ମୌସୁମୀ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ମୌସୁମୀ ନିମ୍ନ ଚାପରେଖା ସାଧାରଣ ଉପସ୍ଥିତି ଠାରୁ ଯଥେଷ୍ଟ ଉତ୍ତରରେ ରହୁଛି । ଏହା ପଞ୍ଜାବର ଅମୃତସର ଠାରୁ ବାହାରି କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏଁ ଲମ୍ବିଛି । ଫଳରେ ମୌସୁମୀ ପ୍ରଭାବ ରାଜ୍ୟ ଉପରେ ଦୁର୍ବଳ ରହୁଛି ।

ଗତ ୨୪ ଘଣ୍ଚାରେ ରାଜ୍ୟରେ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ମୌସୁମୀ ଦୁର୍ବଳ ସାଙ୍ଗକୁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ବାୟୁମଣ୍ଡଳରେ ଆଦ୍ରତା ରହି ଗୁଳୁଗୁଳି ସୃଷ୍ଟି ହେଉଛି । ଏହା ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।

ମୌସୁମୀ ଋତୁରେ ୭୪୩.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୦ ପ୍ରତିଶତ କମ୍ ରହିଛି । ବୌଦ୍ଧ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ରହିଛି ବର୍ଷା । ସେପେଟ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି ।

You Can Read :

   Related Posts