ନୂଆଦିଲ୍ଲୀ ୧୧/୦୭: ୨୦୨୫ରେ ଆୟୋଜନ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ । ପାକିସ୍ତାନ ବଦଳରେ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ କରାଇବାକୁ ଅନ୍ତର୍ଜାତୀୟ କ୍ରିକେଟ୍ କମିଟିକୁ ନିବେଦନ କରିପାରେ ବିସିସିଆଇ । ରିପୋର୍ଟ ଅନୁଯାୟୀ, ବିସିସିଆଇ ଏ ସମ୍ପର୍କରେ ଆଇସିସି ସହିତ ଆଲୋଚନା କରିବ । ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ । ପୂର୍ବରୁ ଏହି ମଡେଲ୍ରେ ଆୟୋଜନ ହୋଇଥିଲା ଏସିଆ କପ୍ ।
ସୂଚନା ଥାଉକି, ଟିମ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ । ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହ କଥା ହେବ । ଟିମ୍ ଇଣ୍ଡିଆ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବ ଏବଂ ଅବଶିଷ୍ଟ ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଏସିଆ କପରେ ମଧ୍ୟ ଏଭଳି ମଡେଲ୍ରେ ଟୁର୍ଣ୍ଣାମେଣ୍ଟ୍ ଆୋୟଜନ ହୋଇସାରିଛି । ଭାରତ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ।
Indian Cricket team is unlikely to travel to Pakistan for the 2025 ICC Champions Trophy. BCCI will ask ICC to host matches in Dubai or Sri Lanka: BCCI sources to ANI pic.twitter.com/o7INJKhk1E
— ANI (@ANI) July 11, 2024
ନିକଟରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ଆଇସିସି ନିକଟରେ ଦାଖଲ କରିଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲା । ପୂର୍ବ ସୂଚନା ଅନୁଯାୟୀ ଲାହୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରିଥିଲେ । ୨୦୨୫ ମାର୍ଚ୍ଚ ୨ରେ ଏହି ମ୍ୟାଚ୍ ଖେଳାଯିବାକୁ ଥିଲା । କିନ୍ତୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ ନକଲେ ଏହାର ଯୋଜନା ପୁଣି ବଦଳି ଯିବ । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ କେବଳ ଲାହୋରରେ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ରଖିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ ।