ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ହର୍ବାଲ୍ ଟି ପିଇଲେ କମିଥାଏ ଥାଇରଏଡ୍ ଆଶଙ୍କା, ଦୂର ହୁଏ ଷ୍ଟ୍ରେସ୍

9/03/2023 at 3:27 PM

ନୂଆଦିଲ୍ଲୀ ୦୯/୦୩: ଦୁଗ୍ଧ ଏବଂ ଚିନିରେ ପ୍ରସ୍ତୁତ ଚା ପିଇଲେ ଆମକୁ ଫ୍ରେସ ଲାଗିଥାଏ । ଆମ ମାନଙ୍କ ମଧ୍ୟରୁ ଅଧିକାଂଶ କ୍ଲାନ୍ତ ହୁଅନ୍ତି ନାହିଁ । କିନ୍ତୁ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ସୁସ୍ଥ ମନେ କରନ୍ତି ନାହିଁ । କାରଣ ଏଥିରେ ଅଧିକ ପରିମାଣର କ୍ୟାଫେନ୍ ଥାଏ । ଯାହା ଉଚ୍ଚ ରକ୍ତଚାପ ଏବଂ ମଧୁମେହର ଆଶଙ୍କା ବଢାଇଥାଏ ବୋଲି ବିବେଚନା କରାଯାଏ ।

ଆହୁରି ମଧ୍ୟ ଥାଇରଏଡ୍ ଇନବାଲାନ୍ସ ହେବାରେ ବି ବଡ କାରଣ ଥାଏ । ଏହା ଆମ ଶରୀରର ସବୁଠାରୁ ବଡ ଗ୍ରନ୍ଥି । ଯଦି ଏଥିରେ କୌଣସି ସମସ୍ୟା ଉପୁଜେ ତେବେ ସମଗ୍ର ଶରୀର ପ୍ରଭାବିତ ହୁଏ । ତଥାପି, ଏମିତି ଏକ ବିଶେଷ ଚା ଅଛି ଯାହା ଏହି ସମସ୍ୟାକୁ ହ୍ରାସ କରିବାରେ ବହୁ ପରିମାଣରେ ସାହାଯ୍ୟ କରିଥାଏ ।


ପ୍ରତିଦିନ ପିଅନ୍ତୁ କେମୋମାଇଲ ଚା’
କେମୋମାଇଲ ଚା ବିଷୟରେ କହୁଛୁ । ଯାହା ବିଷୟରେ ଆପଣ ସାଧାରଣତ ଶୁଣିନଥିବେ । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବାସ୍ତବରେ ଏଥିରେ ଏକ ପ୍ରାକୃତିକ ରାସାୟନିକ ପଦାର୍ଥ ମିଳିଥାଏ ଯାହାକୁ ଫ୍ଲାଭୋନାଏଡ୍ କୁହାଯାଏ । ଏହା ଏପରି ଏକ ପୁଷ୍ଟିକର ଖାଦ୍ୟ ଯାହା ଅନେକ ଉଦ୍ଭିଦରେ ମିଳିଥାଏ । ଏହି କାରଣ ହେଉଛି ଅନେକ ଔଷଧୀୟ ଗୁଣ କେମୋମାଇଲ ଚା’ରେ ଥାଏ । ଯାହା ଥାଇରଏଡ ସମସ୍ୟା ପାଇଁ ବହୁତ ପ୍ରଭାବଶାଳୀ ।
ଥାଇରଏଡ ସମସ୍ୟାରେ କେମୋମାଇଲ ଚା’କାହିଁକି ଲାଭଦାୟକ?
ଗ୍ରେଟର ନୋଏଡାର ଜିଏମ୍ଏସ୍ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ କହିଛନ୍ତି ଯେ ଯଦି ଥାଇରଏଡ୍ ସମସ୍ୟା ଥାଏ । ତେବେ କେମୋମାଇଲ୍ ଚା ଆମ ପାଇଁ ଉପଯୋଗୀ ହୋଇପାରେ । ଯେଉଁମାନଙ୍କର ଥାଇରଏଡ୍ ସମସ୍ୟା ଥାଏ, ସେମାନଙ୍କର କେଶ ଶୀଘ୍ର ଝଡିବା ଆରମ୍ଭ କରେ । କିନ୍ତୁ ଯଦି ସେମାନେ ନିୟମିତ କେମୋମାଇଲ୍ ଚା ପିଅନ୍ତି, ତେବେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ।

   Related Posts