ଧଶୁଛି ଉତ୍ତରାଖଣ୍ଡର ଜୋଶୀମଠ; ଘର ଓ ବିଲ୍ଡିଂରେ ଫାଟ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

Published By : Prameya-News7 Bureau | January 06, 2023 IST

ଡେରାଡୁନ୍: ଉତ୍ତରାଖଣ୍ଡର ପବିତ୍ର ବଦ୍ରିନାଥ ନିକଟରେ ଥିବା ଜୋଶୀମଠରେ ଭୂସ୍ଖଳନ । ଜୋଶୀମଠ ନିକଟରେ ଧସିବାରେ ଲାଗିଛି ମାଟି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ବାହାରିବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ଥିବା ଘରଦ୍ବାରା, ବିଲ୍ଡିଂରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଫଳରେ ଭୟଭୀତ ଅବସ୍ଥାରେ ରିଛନ୍ତି ଲୋକ । ଘଟଣା ଉପରେ ଉତ୍ତରାଖଣ୍ଡ ସରକାରଙ୍କ ନଜର ରଖିଛନ୍ତି ।

ଜୋଶୀମଠରେ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏଥିରେ ସ୍ଥିତି ଉପରେ ନଜର ରିଖିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୬୬ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲ ମାନଙ୍କରେ ଯାତ୍ରୀ ରହଣୀକୁ ବାରଣ କରାଯାଇଛି । ବିପର୍ଯ୍ୟୟ ପରିଚାଲନା ବିଭାଗ କଣ୍ଟ୍ରୋଲ୍ ଆକ୍ଟିଭେଟ୍ କରିଛି । ଜୋଶୀମଠର ବିଭିନ୍ନ ଅଞ୍ଚଳରେ ପ୍ରାୟ ୬୦୦ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ସରକାର ୬୦୦ ପରିବାରକୁ ୬ମାସ ପର୍ଯ୍ୟନ୍ତ ଘରଭଡ଼ା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତି ମାସ ୪ ହଜାର ଟାଙ୍କା ଲେଖାଏଁ ପ୍ରଭିବିତ ପରିବାର ଦିଆଯିବ ।

ସୂଚନା ଅନୁଯାୟୀ, ଜୋଶୀମଠ ଉତ୍ତରପ୍ରଦେଶର ସାମିଲ ଥିବା ସମୟରେ ଧସିବା ଆରମ୍ଭ ହୋଇଥିଲା । ଏହାର କାରଣ ଜାଣିବା ପାଇଁ ଏମସି ମିଶ୍ରାଙ୍କ ଅଧ୍ୟକ୍ଷତାରେ ୧୮ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଥିଲା । କମିଟି ଅନୁଧ୍ୟାନ କରି ଜୋଶୀମଠ ଧୀରେ ଧୀରେ ଧଶୁଛି ବୋଲି ରିପୋର୍ଟ ଦେଇଥିଲେ। ଭୂସ୍ଖଳନ ସ୍ଥାନକୁ ବୃକ୍ଷରୋପଣ ପାଇଁ କହିଥିଲେ । ଏହାକୁ ୧୯୭୬ରେ ବୈଠକ ହୋଇଥିଲା, ଜୋଶୀମଠକୁ ନେଇ ଏକ ଦୀର୍ଘକାଳୀନ ପ୍ଲାନ୍ ପ୍ରସ୍ତୁତ ନେଇ ଆଲୋଚନା ହୋଇଥିଲା । ୨୦୨୨ ସେପ୍ଟମ୍ବର ମାସରେ  ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା କମିଟିର ବିଶେଷଜ୍ଞ ଟିମ୍ ମଧ୍ୟ ସର୍ଭେ କରିଥିଲା । ବର୍ତ୍ତମାନ ସମୟରେ ଜୋଶୀମଠ ଫାଟ ସୃଷ୍ଟି ହେଉଥିବାରୁ ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସ୍ଥିତି ଉପରେ ନଜର ରଖିଛନ୍ତି ଉତ୍ତରାଖଣ୍ଡ ସରକାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.